fbpx

ଶେଷ ହେବ ୫ଜି ଅପେକ୍ଷା, ଚଳିତ ମାସ ଆରମ୍ଭ ହୋଇପାରେ ନିଲାମୀ

ନୂଆଦିଲ୍ଲୀ: ଭାରତରେ ୫ଜି ଇଣ୍ଟରନେଟ୍ ର ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ମେ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ହୋଇପାରେ । ଅବଶ୍ୟ ଏଥିପାଇଁ ଟ୍ରାଇକୁ ଏହି ମାସ ମାର୍ଚ୍ଚ ପର୍ଯ୍ୟନ୍ତ ବିକ୍ରି ପୋସେସ୍ ପାଇଁ ନିୟମ ଉପରେ ନିଜର ମତ ରଖିବାକୁ ହେବ । ଜଣେ ବରିଷ୍ଠ ଟେଲିକମ ଅପରେଟର ଏହାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଟ୍ରାଇ ମାର୍ଚ୍ଚରେ ଏହାର ରିପୋର୍ଟ ସବମିଟ୍ କରିବା ନେଇ ସୂଚନା ଦେଇଛି । ସେ କହିଥିଲେ ଯେ ଟ୍ରାଇ ଏବଂ ଟେଲିକମ ବିଭାଗ ସମନ୍ନ୍ୟରେ କାମ କରୁଛନ୍ତି । ଏହାର ନିଲାମୀ ପ୍ରକିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ।

ପିଟିଆଇ ଅନୁଯାୟୀ ଟେଲିକମ ସେକ୍ରେଟେରୀ କେ ରାଜାରମଣ କହିଛନ୍ତି ଯେ ଟ୍ରାଇ ଏହାର ରିପୋର୍ଟ ମାର୍ଚ୍ଚ ସୁଦ୍ଧା ପଠାଇବ । ଏହାପରେ ନିଷ୍ପତି ନେବାକୁ ଆଉ ଏକ ମାସ ସମୟ ଲାଗିବ । ଟେଲିକମ ବିଭାଗକୁ ଟ୍ରାଇ ରିପୋର୍ଟ ମିଳିବା ପରେ ହିଁ ନିଲାମୀ ଆମ୍ଭ ରକିବା ପାଇଁ ପ୍ରାୟ ଦୁଇ ମାସ ସମୟ ଲାଗିବ । ଟ୍ରାଇ ଏହାର ରିପୋର୍ଟରେ ସ୍ପେକ୍ଟ୍ରମ ମୂଲ୍ୟ, ଆବଣ୍ଟନ ଉପାୟ, ସ୍ପେକ୍ଟ୍ରମର ବ୍ଲକ୍ ସାଇଜ, ପେମେଣ୍ଟର ସର୍ତ୍ତାବଳୀ ସହ ଅନ୍ୟ ପରାମର୍ଶ ଦେବ । ଟ୍ରାଇ ଇଣ୍ଟଷ୍ଟ୍ରୀ ଏବଂ ଅନ୍ୟ ଷ୍ଟେକ ହୋଲ୍ଡର୍ସଙ୍କ ସହ ବିଚାର ବିମର୍ଶ କରିବା ପରେ ନିଜର ପରାମର୍ଶ ଟେଲିକମ ବିଭାଗକୁ ସବମିଟ୍ କରିବ । ଏପର୍ଯ୍ୟନ୍ତ ଚାଲୁଥିବା ପ୍ରକ୍ରିୟା ଅନୁଯାୟୀ ଟ୍ରାଇର ପରାମର୍ଶ କ୍ରମେ ପରେ ଶେଷ ମଞ୍ଜୁରୀ ପାଇଁ ଏହାକୁ କ୍ୟାବିନେଟ ପଠାଯିବ ।

Get real time updates directly on you device, subscribe now.