fbpx

କଟକ ଯଶପଡ଼ାରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଘଟିଯାଇଛି ଏକ ଅଘଟଣ । କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି, ଫଳରେ ମତଦାନକୁ ବନ୍ଦ କରାଯାଇଛି । କିନ୍ତୁ ଅନ୍ୟ ପଦ ପାଇଁ ଭୋଟିଂ ଜାରି ରହିଛି । ବିଳମ୍ବିତ ରାତିରେ ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନରେ ଭୋଟ୍ ନିଆଯାଉଛି । ସେହିପରି ୧୬୬୯ଟି ଗ୍ରାମ ପଞ୍ଚାୟତ ପାଇଁ ମତଦାନ ଚାଲିଛି । ଏଥିପାଇଁ କରାଯାଇଛି ୨୨ହଜାର ୩୭୯ଟି ବୁଥ୍ । ମୋଟ୍ ୬୭ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ଓ୍ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ । କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । କଣାସରେ 359ଟି କେନ୍ଦ୍ରରେ ସରପଞ୍ଚ ଓ ସମିତି ସଭ୍ୟ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ଜାରି ରହିଛି ।

Get real time updates directly on you device, subscribe now.