fbpx

(ଦେଖନ୍ତୁ Video) ୧୪ ନୁହେଁ, ୧୭ ଜଣଙ୍କୁ ବାହାହୋଇଛି ରସିକିଆ ଡାକ୍ତର: ଆଗକୁ ବଢ଼ିପାରେ ସ୍ତ୍ରୀ’ଙ୍କ ସଂଖ୍ୟା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚର୍ଚ୍ଚିତ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଆଉ ୩ ସ୍ତ୍ରୀଙ୍କୁ ଠାବ କରାଯାଇଛି । ପୂର୍ବରୁ ୧୪ ଜଣ ମହିଳାଙ୍କୁ ବିବାହ କରିଥିବା ଜଣାପଡିଥିବା ବେଳେ ଏବେ ସ୍ତ୍ରୀ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଛତିଶଗଡ଼, ଆସାମ ଓ ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ମିଳିଛି ସନ୍ଧାନ । ଗୌହାଟିର ଜଣେ ମହିଳାଙ୍କୁ ବିବାହ କରିଥିଲା ନକଲି ଡାକ୍ତର । ଏହା ସହିତ ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବି ବାହା ହୋଇଥିଲା । ସେହିପରି ଓଡ଼ିଶାର ବି ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି । ନକଲି ଡାକ୍ତରର ବିବାହ ତାଲିକା ଆଗକୁ ଆହୁରି ଲମ୍ବିବାର ସମ୍ଭାବନା ରହିଛି ।

କେବଳ ସ୍ତ୍ରୀ ନୁହେଁ, ଚାକିରି ନାଁରେ ବହୁ ଲୋକଙ୍କୁ ବି ଠକିଥିଲା ନକଲି ଡାକ୍ତର । ଏମବିବିଏସରେ ଆଡମିଶନ କରାଇଦେବା ନାଁରେ ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ନକଲି ଡାକ୍ତରର ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ମହିଳା ଥାନା ଆଇଆଇସି, ୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ନକଲି ଡାକ୍ତରକୁୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଖୋଲିବ ପୋଲିସ । ନକଲି ଡାକ୍ତରର ମୋବାଇଲ ଫୋନ୍ ଫୋରେନ୍ସିକ ଲ୍ୟାବକୁ ପଠାଯିବ । ଏହା ସହ ଅର୍ଥ କାରବାରର ବି ତଦନ୍ତ ହେବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.