fbpx

Girlfriend ସହିତ ଭାଲେଣ୍ଟାଇନ ଡେରେ ଶେଷ ଫଟୋ ଉଠାଇଥିଲେ ଦୀପ ସିଦ୍ଧୁ: ମୃତ୍ୟୁ ପରେ ହେଉଛି ଭାଇରାଲ

ନୂଆଦିଲ୍ଳୀ: ପଞ୍ଜାବୀ ଫିଲ୍ମ ଅଭିନେତା ଦୀପ୍ ସିଦ୍ଧୁଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣାରେ ମୃତ୍ୟୁ ପରେ ଗାର୍ଲଫ୍ରେଣ୍ଡ ସହିତ ଉଠାଇଥିବା ଶେଷ ଫଟୋଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଗାର୍ଲଫ୍ରେଣ୍ଡ ରୀନା ରାୟଙ୍କ ସହିତ ସିଦ୍ଧୁ ନିଜର ଶେଷ ଫଟୋ ଉଠାଇଥିଲେ । ଏହି ଫଟୋଟି ବର୍ତ୍ତମାନ ଭାଇରାଲ ହେବା ସହିତ ଫୋନରୁ ଫୋନକୁ ଘୁରି ବୁଲୁଛି । ଭାଲେଣ୍ଟାଇନ ଡେରେ ଉଭୟ ଏହି ଫଟୋ ଉଠାଇଥିଲେ । ରୀନା ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଥିଲେ ।

ଦୁର୍ଘଟଣା ସମୟରେ ରୀନା ଓ ଦୀପ ଏକତ୍ର ଥିଲେ । ତେବେ ରୀନା ସୁରକ୍ଷିତ ଥିବା ପୋଲିସ ପ୍ରକାଶ କରିଛି । ଦିଲ୍ଲୀରୁ ଭଟିଣ୍ଡା ଯାଉଥିବା ସମୟରେ ସିଦ୍ଧୁଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ୯.୩୦ ମିନିଟ ସମୟରେ ସିଦ୍ଧୁଙ୍କ କାର ଏକ ଲରିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କୁଣ୍ଡଲି-ମାନେଶ୍ୱର-ପାଲୱଲ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିଲା । ୨୦୨୧ ଜାନୁୟାରୀ ୨୬ ସମୟରେ ସିଦ୍ଧୁ ଲାଲକିଲ୍ଲାରୁ ଜାତୀୟ ପତାକା ହଟାଇଥିଲେ । କୃଷକ ଆନ୍ଦୋଳନ ସମୟରେ ଜାତୀୟ ପତାକା ହଟାଇ ଖଲିସ୍ତାନୀ ପତାକା ଲଗାଇଥିଲେ ସିଦ୍ଧୁ । ଏହି ଘଟଣା ପରେ ସିଦ୍ଧୁ ପ୍ରାୟ ୧୫ ଦିନ ଧରି ଫେରାର ରହିଥିଲେ ଏବଂ ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.