ଇଡେନରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ପଦାର୍ପଣ କଲେ ରବି ବିଷ୍ଣୋଇ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍ । ଦିନିକିଆ ସିରିଜ୍ କ୍ଲିନ୍ ସ୍ୱିପ୍ କରିବା ପରେ ଟି-୨୦ରେ ମଧ୍ୟ ସମାନ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ । ଐତିହାସିକ ଇଡେନ ଗାର୍ଡେନରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଭାରତ ପକ୍ଷରୁ ଏହି ମ୍ୟାଚରେ ଇଶାନ କିଶନଙ୍କୁ ସୁଯୋଗ ମିଳିଥିବା ବେଳେ କେ ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି ।

୨୧ ବର୍ଷୀୟ ରବି ବିଷ୍ଣୋଇ ଏହି ମ୍ୟାଚରେ ଭାରତ ପାଇଁ ପଦାର୍ପଣ କରିଛନ୍ତି । ସିନିୟର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ୨୧ ବର୍ଷୀୟ ରବିଙ୍କୁ ଟି-୨୦ କ୍ୟାପ୍ ପ୍ରଦାନ କରିଥିଲେ । ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ପରେ ଦଳରେ ସ୍ଥାନ ପାଇଛନ୍ତି ରବି ବିଷ୍ଣୋଇ । ଏହା ବ୍ୟତିତ ଭେଙ୍କଟେଶ ଆୟର ଏବଂ ଭୁବନେଶ୍ୱର କୁମାରଙ୍କୁ ଦଳରେ ସ୍ଥାନ ମିଳିଛି ।