fbpx

ବିସିସିଆଇ ଦେଲା ଅନୁମତି: ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-୨୦ ମ୍ୟାଚରେ ଫେରିବେ ଦର୍ଶକ

କୋଲକାତା: କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିବ ଅନୁମତି । ୨୦ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚରେ ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଛି ବିସିସିଆଇ । ଇଡେନ ଗାର୍ଡେନ୍ସରେ ତୃତୀୟ ମ୍ୟାଚ ପାଇଁ ୨୦,୦୦୦ ଦର୍ଶକଙ୍କୁ ବିସିସିଆଇ ତରଫରୁ ଅନୁମତି ମିଳିଛି, ଯେଉଁଥିରେ ଅଧିକାଂଶ ବଙ୍ଗଳା କ୍ରିକେଟ ସଂଘର ସଦସ୍ୟ ରହିବେ ବୋଲି ଜଣାଯାଇଛି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ଆସୋସିଏସନର ମୁଖ୍ୟ ଅଭିଷେକ ଡାଲମିୟାଙ୍କୁ ଇମେଲ କରିଛନ୍ତି । ଅନେକ ଅନୁରୋଧ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସିଏବି ଏହାର ସ୍ୱୀକୃତିପ୍ରାପ୍ତ ୟୁନିଟଗୁଡିକୁ ମାଗଣା ଟିକେଟ ପ୍ରଦାନ କରିବ । ତେବେ ଏହାର ଜବାବରେ ବିସିସିଆଇକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଡାଲମିୟା ।

Get real time updates directly on you device, subscribe now.