fbpx

୫ଦିନ ପରେ ବିପଦଜନକ ଦ୍ୱିପହର! ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଉଲକାପିଣ୍ଡ

ନୂଆଦିଲ୍ଲୀ: ଫେବୃଆରୀ ୨୨ ତାରିଖ ଦ୍ୱିପହର ୧ଟା ୨୪ ମିନିଟ୍ ରେ ପୃଥିବୀ ଠାରୁ ପ୍ରାୟ ୫୩.୬୬ ଲକ୍ଷ କିଲୋମିଟର୍ ଦୂରରୁ ଏକ ବଡ଼ ଉଲକା ପିଣ୍ଡ ଗତି କରିବ । ନାସା ଏହାକୁ ସମ୍ଭାବିତ ବିପଦଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛି । ଏହାର ଆକାରର ଗଣନା ବର୍ତ୍ତମାନ ସଠିକ୍ ହୋଇନାହିଁ । କିନ୍ତୁ ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ, ଏହା ୬୨୩ ଫୁଟ୍ ରୁ ନେଇ ୧୪୧୦ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇପାରେ ।

ଅନ୍ତରିକ୍ଷରୁ ଆସୁଥିବା ଆଷ୍ଟ୍ରଏଡ୍ ର ନାମ Asteroid (455176) 1999 VF22 । ଆସନ୍ତା ସପ୍ତାହ ମଙ୍ଗଳବାର ଅର୍ଥାତ୍ ୨୨ ତାରିଖ ଦ୍ୱିପହରରେ ଏହା ପୃଥିବୀ ନିକଟ ଦେଇ ଗତି କରିବ । ତେବେ ଏହା ଯେତେ ଦୂର ଦେଇ ଗତି କରିବ ତାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୧୪ ଗୁଣରୁ ଅଧିକ । ହେଲେ ଏହି ଦୂରତାକୁ ଅନ୍ତରିକ୍ଷ ଦୁନିଆରେ ଖୁବ୍ ଅଧିକ ବୋଲି ଧରାଯାଏ ନାହିଁ । ତେଣୁ ଏହା ଅନ୍ତରିକ୍ଷ ଦୁନିଆ ପାଇଁ ବିପଦଜନକ ହୋଇପାରେ । ଏହା ପୃଥିବୀ ନିକଟରେ ୨୫.୧୦ କିମି ପତି ସେକେଣ୍ଡ ଦରରେ ଯିବ । ଅର୍ଥାତ୍ ଘଣ୍ଟାପ୍ରତି ୯୦,୩୬୦ କିମି ।

 
 ତେବେ ଏହି ଉଲକା ପିଣ୍ଡର ଆକଳନ ୧୯୯୯ ମସିହା ଅକ୍ଟୋବର ମାସ ୩୧ ତାରିଖରେ କରାଯାଇଥିଲା । ହେଲେ ଏହା ସେହି ବର୍ଷ ନଭେମ୍ବର ୧୦ ତାରିଖରେ ଦୃଶ୍ୟମାନ ହେଲା ନାହିଁ । ଏହାର ଖୋଜ୍ କରିଥିଲା କ୍ୟାଟେଲିନା ସ୍କାଏ ସର୍ଭେ । ତେବେ ଏହି Asteroid (455176) 1999 VF22 ଏତେ ବଡ଼ ଯେ, ଯଦି ଏହା ପୃଥିବୀ ଉପରେ କେଉଁଠି ଖସିପଡ଼ୁଛି ତାହେଲେ ବିରାଟ କ୍ଷୟକ୍ଷତି ହୋଇପାରେ ।

Get real time updates directly on you device, subscribe now.