fbpx

ମହାରାଷ୍ଟ୍ରରେ ଆରମ୍ଭ ହେଲା ଭାରତର ପ୍ରଥମ ୱାଟର ଟାକ୍ସି ସର୍ଭିସ: ୩ ଟି ରୁଟରେ ମିଳିବ ଏହି ସେବା

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଭାରତର ପ୍ରଥମ ୱାଟର ଟାକ୍ସି ସର୍ଭିସ । ଏହି ସେବା ଦ୍ୱାରା ମୁମ୍ବାଇ ଏବଂ ଏହାର ଉପନଗର ନବୀ ମୁମ୍ବାଇ ସହ ଯୋଡି ହୋଇ ପାରିବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବେଲାପୁର ଜେଟିକୁ ଉଦଘାଟନ କରିଥିବା ବେଳେ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସରବାନନ୍ଦ ସୋନେୱାଲ ୱାଟର ଟାକ୍ସି ସେବାକୁ ଦେଇଛନ୍ତି ଗ୍ରୀନ ସିଗନାଲ । ଏଥିସହିତ ପରିବହନକୁ ବ୍ୟବସାୟ ପ୍ରତିଷ୍ଠା ପାଇଁ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ୱାଟର ଟାକ୍ସି ସେବା ଆରମ୍ଭ ପାଇଁ ଖର୍ଚ୍ଚ ହୋଇଛି ମୋଟ ୮.୩୭ କୋଟି ଟଙ୍କା । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ସେବା ୩ଟି ରୁଟରେ ଉପଲବ୍ଧ ରହିବ । ପ୍ରଥମେ ବେଲାପୁରରୁ ତିନୋଟି ସ୍ଥାନକୁ ଯାତାୟତ କରିବ ୱାଟର ଟାକ୍ସି । ବେଲାପୁରରୁ ଫେରି ଘାଟ ଏବଂ ଡୋମେଷ୍ଟିକ କ୍ରୁଜ ଟର୍ମିନାଲ, ବେଲାପୁରରୁ ଏଲିଫେଣ୍ଟା ଗୁମ୍ଫା ସହିତ ବେଲାପୁରରୁ ଏଜଏନପିଟି ପର୍ଯ୍ୟନ୍ତ ଜାରି ରହିବ ୱାଟର ଟାକ୍ସି ସେବା । ପ୍ରଥମେ ୭ଟି ୧୩-୩୦ଯାତ୍ରୀ କ୍ଷମତାଶାଳୀ ସ୍ପିଡବୋଟ ସହିତ ୫୦-୬୦ଯାତ୍ରୀ କ୍ଷମତା ଥିବା ୧୦ଟି କାଟାମରୈନ ଚାଲିବ । ସ୍ପିଡବୋଟରେ ଯାତ୍ରୀଙ୍କ ପାଇଁ ଭଡା ୮୨୦ରୁ ୧୨୦୦ ଏବଂ କାଟାମରାନ ପାଇଁ ୨୯୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.