fbpx

ଯାଜପୁର ଦଶରଥପୁର ବ୍ଲକରେ ଲାଇଭ୍ ରିଗିଂ, ଦେଖନ୍ତୁ ଭିଡିଓ

ଯାଜପୁର : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧ଟା ସୁଦ୍ଧା ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଦଶରଥପୁର ବ୍ଲକ କନିକା ପଡା ପଞ୍ଚାୟତ ମଧୁପୁର ଉଚ୍ଚ ବିଦ୍ୟାଳୟ ୱାର୍ଡ ନମ୍ବର ୮ର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବୁଥ ରିଗିଂ ହେଉଥିବା ନଜର ଆସିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, କବାଟ ବନ୍ଦ କରି ଜୋର ଜବରଦସ୍ତ ପିଟା ଯାଉଛି ଭୋଟ । ପ୍ରଶାସନ ଏବଂ ଶାସକ ଦଳ ମଧୁଚନ୍ଦ୍ରିକା ରେ ଚାଲିଥିଲା ଏଭଳି କାର୍ଯ୍ୟ, ଯାହାକି ଖୁଲମ ଖୁଲା ଭାବେ ନିର୍ବାଚନ ଆୟୋଗଙ୍କ ଧଜ୍ଜିଆ ଉଡାଉଛି । ଘଟଣାର ଲାଇଭ ଭିଡିଓ ଭାଇରାଲ ହେବା ପରେ ଦଶରଥପୁର ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ଫୋନ କରି ଅବଗତ କରାଇବାକୁ ଚେଷ୍ଟା କରାଯାଇଥିଲେ ବି ମାଡାମ ବାରମ୍ବାର ଫୋନ କାଟିଥିଲେ । ଘଟଣାକୁ ନେଇ ପୋଲିସ ପ୍ରଶଶସନ କିଭଳି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.