fbpx

ଓଡ଼ିଶାରେ ନିର୍ବାଚନୀ ହିଂସା: କେଉଁଠି ଭୋଟ୍ ବାକ୍ସ ନେଇଗଲେ ତ ଆଉ କେଉଁଠି ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କେଉଁଠି ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି ତ ଆଉ କେଉଁଠି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ କଟକ ବାରଙ୍ଗରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟ କୁରୁଣ୍ଟି ୧୧ ନମ୍ବର ବୁଥରୁ ହୋଇଛି ଲୁଟ୍ । ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅଟକାଇବା ସତ୍ୱେ ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ଦୁର୍ବୃତ୍ତ । ସଦର ଥାନାରେ ଏନେଇ ଏତଲା କରିଛନ୍ତି ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ । ଭୋଟ ବାକ୍ସ ଲୁଟ ପରେ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକମାନେ ଧାରଣାରେ ବସିଥିବା ବେଳେ ପୋଲିସ ତଦନ୍ତ କରୁଛି ।

ଏହା ସହିତ ଯାଜପୁରରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଦଶରଥପୁର ବ୍ଲକର ୯ନମ୍ବର ବୁଥର ଭୋଟ ବାକ୍ସ ଫିଙ୍ଗିଛନ୍ତି ଦୁର୍ବୃତ୍ତ ।

ଗଞ୍ଜାମ ଚିକିଟା ବ୍ଲକ କତୁରୁ ପଞ୍ଚାୟତ ରାମେୟାପାଟଣାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ୧୨ ନମ୍ବର ବୁଥରେ ପଶି ୩୨ଟି ବାଲଟ ପେପର ଚିରିଛନ୍ତି ଦୁର୍ବୃତ୍ତ । ଫଳରେ ବୁଥରେ ଉତ୍ତଜନା ଦେଖାଦେଇଛି । ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେହପିରି ନୂଆପଡ଼ାରେ ପ୍ରିଜାଇଡିଂ ଅଫିସରଙ୍ଗ ଗାଡ଼ିକୁ ଭାଙ୍ଗିଛନ୍ତି ଲୋକେ । ନିଜ ଗାଡ଼ିରେ ଭୋଟ ବାକ୍ସ ନେଇ ଯାଉଥିବାରୁ ଗାଡ଼ିକୁ ଭାଙ୍ଗିଥିବା ଜଣାପଡିଛି । କୋମନା ବ୍ଲକ ପାଏର ଗାଁ ୩ନମ୍ବର ବୁଥ ଭୋଟ ବାକ୍ସ ନେଇ ଉତ୍ତେଜନା ହୋଇଛି । ମତଦାନ ସରିଥିଲେ ବି ପୋଲିଂ ପାର୍ଟିଂକୁ ଛାଡୁନାହାନ୍ତି ଲୋକେ ।

Get real time updates directly on you device, subscribe now.