fbpx

ଶେଷ ହେଲା ଅପେକ୍ଷା: ଦ୍ୱିତୀୟ ଟ୍ୱେଣ୍ଟି- ଟ୍ୱେଣ୍ଟିରେ ଅର୍ଦ୍ଧଶତକ ହାସଲ କଲେ କିଙ୍ଗ କୋହଲି

କୋଲକାତା: ଦୀର୍ଘ ଦିନ ଧରି ଖରାପ ଫର୍ମ ସହିତ ଲଢେଇ କରୁଥିବା ବିରାଟ କୋହଲିଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏଥିସହ ପ୍ରଶଂସକମାନଙ୍କ ମଧ୍ୟ ଅକ୍ଷୋରେ ପୂର୍ଣ୍ଣଚ୍ଛେଦ ପଡିଛି । ବହୁ ଦିନ ପରେ ବିରାଟଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଏକ ଦମଦାର ଅର୍ଦ୍ଧଶତକ । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪୧ ବଲରୁ ୫୨ ରନ ସଂଗ୍ରହ କରିଛନ୍ତି ବିରାଟ । ୭ ଚୌକା ଏବଂ ଗୋଟିଏ ଛକା ସହିତ ୨୦୨୨ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି ।

India vs West Indies 2022, 2nd T20I Live Score Updates: Virat Kohli Departs  After Half-Century, Rishabh Pant Key | Cricket News

ଦଳର ଓପନର ଇଶାନ କିଶାନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିବା ବେଳେ ପଡିଆକୁ ଆସିଥିଲେ ବିରାଟ କୋହଲି । ରୋହିତ ଶର୍ମାଙ୍କ ସହ ମିଶି ଦଳକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ୧୮ ବଲରେ ୧୯ ରନ କରି ପାଭିଲିୟନ ଫେରି ଯାଇଥିଲେ ରୋହିତ । ଏହାପରେ ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତଙ୍କ ସହ ମିଶି ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ରଷ୍ଟନ ଚେଜଙ୍କ ବଲରେ ଛକା ମାରି ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ । ଜାସନ ହୋଲ୍ଡରଙ୍କ ଦ୍ୱାରା ବିରାଟଙ୍କ କ୍ୟାଚ ଡ୍ରପ ହୋଇ ଏହା ଛକାକୁ ଚାଲିଯାଇଥଇଲା । ଏହି ଛକା ସହିତ ବିରାଟ ଏ ବର୍ଷର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । କିନ୍ତୁ ଏହାର କିଛି ସମୟ ପରେ ରଷ୍ଟନ ତାଙ୍କ ୱିକେଟ ନେଇ ଏହାର ପ୍ରତିଷୋଧ ନେଇଛନ୍ତି ।

Get real time updates directly on you device, subscribe now.