fbpx

କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା, ସବୁଠୁ ଆଗରେ ମୁମ୍ବାଇ

ନୂଆଦିଲ୍ଲୀ: କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା। ଏକ ସର୍ଭେକ୍ଷେଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇରେ ସବୁଠୁ ଅଧିକ ୨୦,୩୦୦ ଜଣଙ୍କ ପାଖରେ ୭ କୋଟିରୁ ଅଧିକ ସଂପତ୍ତି ରହିଛି। ଏହା ପରେ ଦିଲ୍ଲୀରେ ୧୭,୪୦୦ ଏବଂ କୋଲକାତାରେ ୧୦,୫୦୦ କୋଟିପତି ଅଛନ୍ତି। ହୁରୁନ ରିପୋର୍ଟରୁ ଜଣା ପଡିଛି ଯେ, ୨୦୨୧ରେ କରୋନାର ପ୍ରଥମ ଲହରରେ ଭାରତରେ କୋଟି ପତିଙ୍କ ସଂଖ୍ୟା ୧୧ ପ୍ରତିଶତ ବଢି ୪.୫୮ ଲକ୍ଷରେ ପହଞ୍ଚିଛି।

ତେବେ ଏହି ସର୍ଭେ ୩୫୦ ଲୋକଙ୍କ ସହ ଆଲୋଚନା କରି କରାଯାଇଛି। ଏଥିରୁ ଜଣା ପଡିଛ ଯେ, ବ୍ୟକ୍ତିଗତ ଏବଂ ପେଶାଦାର ଜୀବନରେ ନିଜକୁ ଖୁସି ବ୍ୟକ୍ତି କହୁଥିବା ଲୋକଙ୍କ ସଂଖ୍ୟା ୨୦୨୧ରେ ହ୍ରାସ ପାଇ ୬୬ ପ୍ରତିଶତରେ ରହିଛି। ଏହା ୨୦୨୦ରେ ୭୨ ପ୍ରତିଶତ ଥିଲା। ଦେଶରେ ଯେଉଁ ସମୟରେ ଅସମାନତା ବଢି ଚାଲିଛି ସେହି ସମୟରେ ହୁରୁନ ରିପୋର୍ଟ ସାମ୍ନାକୁ ଆସିଛି। ଏହି ସର୍ଭେରେ ସାମିଲ୍ ଦୁଇ ତୃତୀୟାଂଶ କୋଟିପତି କହିଛନ୍ତି, ସେମାନେ ନିଜ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ବିଦେଶ ପଠାଇବା ପସନ୍ଦ କରନ୍ତି। ସେମାନଙ୍କ ପାଇଁ ପ୍ରଥମ ପସନ୍ଦର ସ୍ଥାନ ହେଉଛି ଆମେରିକା। ଏକ ଚତୁର୍ଥାଂଶ କୋଟିପତିଙ୍କ ପସନ୍ଦର କାର ହେଉଛି ମର୍ସିଡିଜ୍। ଆଉ ଏମାନେ ପ୍ରତି ତିନି ବର୍ଷରେ ନିଜ କାର ପରିବର୍ତ୍ତନ କରିଥାନ୍ତି।

ନିକଟରେ ଅକ୍ସଫାମର ରିପୋର୍ଟରେ ଅସମାନତାକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ସବୁଠୁ ଅଧିକ ଧନୀବ୍ୟକ୍ତିଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି ଜୋର ଧରିଛି। ହୁରୁନର ସର୍ବେକ୍ଷେଣରେ କୋଟପତିଙ୍କ ମଧ୍ୟରୁ କେବଳ ୧୯ ପ୍ରତିଶତ ସମାଜ ସେବା କରିବାରେ ବିଶ୍ଵାସ ରଖନ୍ତି।

Get real time updates directly on you device, subscribe now.