fbpx

ଦିନକ ପାଇଁ ବାହାରକୁ ଯାଇଥିଲେ ପତ୍ନୀ, ଫେରିବା ବେଳକୁ ବେଡରେ ପଡ଼ିଛି ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ; ସ୍ୱାମୀ ଫେରାର୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ହଇଚଇ କରିବାପରସି ଘଟଣା ସାମନାକୁ ଆସିଛି । ସମ୍ପର୍କିୟଙ୍କ ଘରକୁ ଯାଇଥିବା ଜଣେ ମହିଳା ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା । ଘରୁ ଫେରି ସେ ଦେଖିଥିଲେ ଯେ, ଜଣେ ଯୁବତୀଙ୍କ ମୃତଦେହ ତାଙ୍କ ବେଡ୍ ଉପରେ ପଡ଼ିଛି । ଘଟଣା ପରେ ମହିଳାଙ୍କ ସ୍ୱାମୀ କେଉଁ ଆଡେ ଫେରାର୍ ହୋଇଯାଇଛନ୍ତି । ଘଟଣାଟି ବୁରାଡ଼ୀ ଅଞ୍ଚଳରେ ଘଟିଛି । ପୋଲିସ୍ ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଆରମ୍ଭ କରିଛି । ପୋଲିସ୍ ସନ୍ଦେହ କରୁଛି ଯେ, ମହିଳାଙ୍କ ସ୍ୱାମୀ ଯୁବତୀଙ୍କୁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଛନ୍ତି । ଏକ ଟିମ୍ ପ୍ରସ୍ତୁତ କରି ସ୍ୱାମୀଙ୍କୁ ଖୋଜିବାକୁ ଉଦ୍ୟମ କରୁଛି ।

ବୁରାଡି ପୋଲିସ୍ ର ସୂଚନା ମୁତାବକ, ଅମନ ରାୱତ ବୁରାଡି ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ନିଜ ପତ୍ନୀ ପ୍ରିୟଙ୍କା ରାୱତ୍ ଙ୍କ ସହ ରହୁଥିଲେ । ବିଲ୍ଡିଂ ନିକଟରେ ଥିବା ଏକ କମ୍ପାନୀରେ ଅମନ କାମ କରୁଥିଲେ । ଅମନଙ୍କ ପତ୍ନୀ ପ୍ରିୟଙ୍କା ଶୁକ୍ରବାର ଦିନ କୌଣସି ଏକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ରାତି ୮ଟା ସମୟରେ ଯେତେବେଳେ ସେ ଘରକୁ ଫେରି ଦେଖିଥିଲେ ଯେ, ତାଙ୍କ ବେଡ୍ ଉପରେ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ପଡ଼ିଛି ।

ମୃତଦେହକୁ ଦେଖି ପ୍ରିୟଙ୍କା ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ୍ ତାଙ୍କ ଘରୋ ପହଞ୍ଚିଥିଲା । ମୃତଦେହକୁ ଜବତ କରିବା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ୍ । ତେବେ ଗଳାକାଟି ଯୁବତୀଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ମୃତ ଯୁବତୀଙ୍କ ସହିତ ଅମନଙ୍କ ଦୀର୍ଘ ସମୟରୁ ସମ୍ପର୍କ ରହିଥିଲା । ତେବେ ଅମନ କେଉଁ କାରଣରୁ ଯୁବତୀଙ୍କ ହତ୍ୟା କଲା ଓ ଘରକୁ ଆଣି କାହିଁକି ହତ୍ୟା କଲା ତାକୁ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ୍ ।

Get real time updates directly on you device, subscribe now.