fbpx

ଚାକିରିଆଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ PF ଆକାଉଣ୍ଟରେ ବି ଲାଗିବ ଟ୍ୟାକ୍ସ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ବଡ଼ ଖବର । ଏବେ ପିଏଫ୍ ଆକାଉଣ୍ଟରେ ଅଧିକ ଟଙ୍କା ଯୋଡ଼ିବା ମହଙ୍ଗା ପଡିପାରେ । ଆକାଉଣ୍ଟରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଟଙ୍କା କାଟିବା ଉପରେ ଟ୍ୟାକ୍ସ ଆଦାୟ କରିବ ଆୟକର ବିଭାଗ ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘରୋଇ ନିଯୁକ୍ତିଦାତାଙ୍କ ପିଏଫ୍ ଆକାଉଣ୍ଟରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଅବଦାନ ଉପରେ କ୍ୟାପ୍ ଲଗାଇଛନ୍ତି । ଏହା ପରେ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡରେ ସରକାରୀ କର୍ମଚାରୀଙ୍କ ଉପରେ ଟିକସମୁକ୍ତ ସୀମା ଲାଗୁ କରାଯାଇଥିଲା । ଏହି ସୀମା ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ରହିଛି । ଏହି ରିହାତି ୧ ଏପ୍ରିଲ ୨୦୨୨ ରୁ ଆରମ୍ଭ ହେବ ।

ନୂଆ ଆଦେଶ ଅନୁସାରେ, ୫ ଲକ୍ଷରୁ ଅଧିକ ଟଙ୍କା ଜିପିଏଫ୍ କାଟିବା ଉପରେ ସରକାରୀ କର୍ମଚାରୀଙ୍କ ଉପରେ ଟ୍ୟାକ୍ସ ଲାଗିବ । ୨୦୨୧ ମସିହାରେ ସରକାର ଆୟକର (୨୫ ସଂଶୋଧନ) ନିୟମ ଲାଗୁ କରିଛନ୍ତି । ଏହା ସହିତ ଜିପିଏଫକୁ ସର୍ବାଧିକ ଟିକସମୁକ୍ତ ଅବଦାନ ସୀମା ୫ ଲକ୍ଷ ପାଇଁ ଲାଗୁ ହୋଇଛି ।

Get real time updates directly on you device, subscribe now.