fbpx

୨୦୨୨ରେ ପାଇଛି ନୂଆ ଅଧିନାୟକ: ଅଫିସିଆଲ ପେଜରେ ଭିଡିଓ ଶେୟର କରି ଫ୍ରାଞ୍ଚାଇଜି ଦେଲା ଗ୍ରୀନ ସିଗନାଲ

ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଅନେକ ଦଳ ପାଇବେ ନୂଆ ନୂଆ ଅଧିନାୟକ । ପଞ୍ଜାବରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ଅଧିକାଂଶ ଦଳକୁ ଦରକାର ଜଣେ ଦକ୍ଷ କ୍ୟାପଟେନ । ତେବେ ଏଥିମଧ୍ୟରୁ କୋଲକାତା ଶ୍ରେୟସ ଅୟରଙ୍କୁ ନେତୃତ୍ୱ ପ୍ରଦାନ କରି ସାରିଛି । ଏବେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ନିଜ ଦଳର ଅଧିନାୟକଙ୍କ ନାଁ ଘୋଷଣା କରିଛି । ବିରାଟ କୋହଲି ନେତୃତ୍ୱ ଛାଡିବା ପରେ ଦଳର ଅଧିନାୟକ ଦାୟିତ୍ୱ ନେବେ ଜଣେ ବିଦେଶୀ ଖେଳାଳି ।

ଦୀର୍ଘ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ ୱିନର ଥିବା ଫାପ ଡୁ ପ୍ଲେସିସ ଚଳିତ ସିଜନରୁ ଦଳର ନେତୃତ୍ୱ ନେବେ । ଏ ନେଇ ଟିମ ତରଫରୁ ଏକ ଭିଡିଓ ଜାରି କରି ସଙ୍କେତ ଦିଆଯାଇଛି । ୨୦୨୨ ମେଗା ଅକ୍ସନରେ ଡୁପ୍ଲେସିସଙ୍କୁ ଜଣେ ଲିଡର ଭାବରେ କିଣିଥିଲା ଆରସିବି । ଡୁ ପ୍ଲେସିସଙ୍କୁ ଅଧିନାୟକ ପଦ ଦେବା ପାଇଁ ଆଗରୁ ଯୋଜନା କରିଥିଲା ଟିମ ବାଙ୍ଗାଲୋର । ଦଳର କୋଚିଙ୍ଗ ନିର୍ଦ୍ଦେଶକ ମାଇକ ହସନ ଡୁପ୍ଲେସିସଙ୍କ ସମ୍ବନ୍ଧରେ ଏବଂ ତାଙ୍କ ଦକ୍ଷତା ବିଷୟରେ ଏହି ଭିଡିଓରେ ପ୍ରକାଶ କରିଛନ୍ତିି ।

Get real time updates directly on you device, subscribe now.