fbpx

ମୋବାଇଲରେ ଇଣ୍ଟରନେଟ୍ ଚାଲୁଛି କି ସ୍ଲୋ? ଗୋଟିଏ ସେଟିଂରେ ସ୍ପିଡ୍ ହୋଇଯିବ ଡବଲ୍; ଜାଣନ୍ତୁ କଣ

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ସବୁଠାରୁ ବଡ଼ ସମସ୍ୟା ହେଉଛି ସ୍ଲୋ ଇଣ୍ଟରନେଟ୍ । ଅନେକ ସମୟରେ ଇଣ୍ଟରନେଟ୍ ସ୍ଲୋ ହେବା ଫଳରେ ନେଟଫ୍ଲିକ୍ସ, ୟୁଟ୍ୟୁବ୍ ଆଦିରେ ଭିଡିଓ ଦେଖିବାରେ ସମସ୍ୟା ହେଉଛି । ଏହା ବ୍ୟତୀତ ଅଫିସ୍ ମିଟିଂ, ଅନଲାଇନ୍ କ୍ଲାସ୍ କରିବାରେ ବି ଲୋକମାନେ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ମୋବାଇଲ୍ ଇଣ୍ଟରନେଟ୍ କୁ ସୁଧାରିବାକୁ ଏବଂ ନେଟ୍ ସ୍ପିଡ୍ ବଢ଼ାଇବାକୁ କିଛି ଉପାୟ ରହିଛି । ଆପଣ କେବଳ ନିଜର ମୋବାଇଲ୍ ରେ କିଛି ସେଟିଂ କୁ ବଦଳାଇବାକୁ ପଡ଼ିବ ।

ଡିଭାଇସ୍ ରେ ଇଣ୍ଟରନେଟ୍ ସ୍ପିଡ୍ କମ୍ ହେବାର କାରଣ ହେଲା ଆପଣଙ୍କ ଡିଭାଇସ୍ ସ୍ଲୋ ନେଟୱର୍କ ବ୍ୟାଣ୍ଡୱିଡ୍ଥ ସହ ଚାଲୁଛି । ନେଟୱର୍କ ପ୍ରୋଭାଇଡର୍ ୪ଜି ସହ ୩ଜି ଇଣ୍ଟରନେଟ୍ ୟୁଜର୍ସଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ବ୍ୟାଣ୍ଡୱିଡ୍ଥ ଜାରି କରିଥାଏ । ତେବେ ହାଇ ବ୍ୟାଣ୍ଡୱିଡ୍ଥ ସହିତ ନେଟ୍ ସ୍ପିଡ୍ ଚାଲିଥାଏ ଓ ସ୍ଲୋ ବ୍ୟାଣ୍ଡୱିଡ୍ଥ ସହିତ ନେଟ୍ ସ୍ଳୋ ଚାଲିଥାଏ । ତେଣୁ ନିଜ ମୋବାଇଲ୍ ରେ ଇଣ୍ଟରନେଟ୍ କୁ ସ୍ପିଡ୍ କରିବା ପାଇଁ କିଛି ସେଟିଂ ରହିଛି । ତାହେଲେ ଚାଲନ୍ତୁ ଜାଣିବା କଣ ରହିଛି ସେହିସବୁ ସେଟିଂ ।

ନିଜର ନେଟୱର୍କକୁ ରିସେଟ୍ କରନ୍ତୁ:

୧. ସେଟିଂକୁ ଯାଆନ୍ତୁ ।
୨. ଏହାପରେ ମୋବାଇଲ୍ ନେଟୱର୍କକୁ ଯାଆନ୍ତୁ ।
୩. ନେଟୱର୍କ ପ୍ରୋଭାଇଡର୍ ଅପସନ୍ କୁ କ୍ଲିକ୍ କରନ୍ତୁ ।
୪. ସିଲେକ୍ଟ ଅଟୋମେଟିକ୍ ଉପରେ ଟ୍ୟାପ୍ କରନ୍ତୁ ।
୫. ଟର୍ଣ୍ଣ ଅଫ୍ କରନ୍ତୁ ।

ଏହାପରେ ନିଜର ନେଟୱର୍କ ପ୍ରୋଭାଇଡର୍ କୁ ମ୍ୟାନୁଆଲ୍ ରୂପେ ଦେଖନ୍ତୁ ଓ ତାକୁ ଟ୍ୟାପ୍ କରନ୍ତୁ । ଏହା ପରେ ନିଜ ଫୋନ୍ କୁ ରିଷ୍ଟାର୍ଟ କରିବାକୁ ହେବ । ଏହାପରେ ଇଣ୍ଟରନେଟ୍ ସ୍ପିଡ୍ ବଢ଼ିଯିବ । ଏହାସହିତ ଆପଣ ୪ଜି କିମ୍ବା ଏଲଟିଇ ନେଟୱର୍କକୁ ସେଟ୍ କରିବାକୁ ହେବ ।

୪ଜି ଓ LTE ନେଟୱର୍କ କିପରି ଚୟନ କରିବେ:

୧. ସେଟିଂକୁ ଯାଆନ୍ତୁ ।
୨. ଏହାପରେ କନେକ୍ସନ୍ କୁ ଯାଆନ୍ତୁ ।
୩. ସିମ୍ କାର୍ଡ ମ୍ୟାନେଜର ଅପସନ୍ କୁ କ୍ଲିକ୍ କରନ୍ତୁ ।
୪. ମୋବାଇଲ୍ ଡାଟା କିମ୍ବା ମୋବାଇଲ୍ ନେଟୱର୍କ ଅପସନ୍ କୁ ଯାଆନ୍ତୁ ।
୫. ଏଲଟିଇ/୩ଜି/୨ଜି କୁ ଟ୍ୟାପ୍ କରନ୍ତୁ ।

Get real time updates directly on you device, subscribe now.