fbpx

ଏଣିକି ପେନସନଧାରୀଙ୍କ ବୟସ ୬୫ ଟପିଲେ ୫ ପ୍ରତିଶତ, ୭୦ ଟପିଲେ ୧୦ ପ୍ରତିଶତ ଓ ୭୫ ଟପିଲେ ୧୫ ପ୍ରତିଶତ ବଢ଼ିବ ପେନସନ୍

ନୂଆଦିଲ୍ଲୀ: ପେନସନଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭଲ ଖବର ଆସିଛି । ଏଣିକି ପେନସନଧାରୀଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ଟପିଲେ ସେମାନଙ୍କର ପେସନର ମାତ୍ରା କିଛି ମାତ୍ରାରେ ବୃଦ୍ଧି ହେବ । ପୂର୍ବରୁ ଏନେଇ ପେନସନ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏନେଇ ସଂସଦୀୟ କମିଟି ଅନୁଧ୍ୟାନ କରୁଛି । ତେଣୁ ପେନସନଭୋଗୀଙ୍କ ଏକ ତାଲିକା ପଠାଇବା ପାଇଁ ସମସ୍ତ ବିଭାଗଗୁଡ଼ିକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ପେନସନଭୋଗୀଙ୍କୁ ଲାଭ ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ପେନସନ ଓ ଫ୍ୟାମିଲି ପେନସନ ପାଉଥିବା ବ୍ୟକ୍ତିର ବୟସ ୬୫ ବର୍ଷ ଟିପିଲେ ୫ ପ୍ରତିଶତ, ୭୦ ବର୍ଷ ଟପିଲେ ୧୦ ପ୍ରତିଶତ ଓ ୭୫ ବର୍ଷ ଟପିଲେ ୧୫ ପ୍ରତିଶତ ବୃଦ୍ଧି କରିବାକୁ ପେନସନ ସଂଘ ପ୍ରସ୍ତାବ ଦେଇଛି । ତେବେ ବିଭିନ୍ନ ବିଭାଗ ପକ୍ଷରୁ ପେନସନଭୋଗୀଙ୍କ ତଥ୍ୟ ପାଇବା ପରେ ପେନସନ ବୃଦ୍ଧି କରାଯାଇପାରେ । ଏହି ବୃଦ୍ଧି ଫଳରେ ଆର୍ଥିକ ବୋଝ କେତେ ପଡ଼ୁଛି ତାହା ସ୍ପଷ୍ଟ ହେବା ପରେ ସରକାର ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.