fbpx

ଶରୀରରେ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ମୋବାଇଲ୍ ଠାରୁ ରଖନ୍ତୁ ଦୂରରେ, ନଚେତ୍ ହେବ ବଡ଼ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ସ୍ମାର୍ଟଫୋନ୍ ବିନା ଜୀବନକୁ କଳ୍ପନା କରିବା ଅତ୍ୟନ୍ତ କଷ୍ଟକର । ପ୍ରତ୍ୟେକ ଛୋଟ ଏବଂ ବଡ ଆବଶ୍ୟକତା ପାଇଁ ଆମେ ଫୋନ୍ ର ସହାୟତା ନେଇଥାଉ । କହିବାକୁ ଗଲେ ସ୍ମାର୍ଟଫୋନ୍ ଆମ ଜୀବନଶୈଳୀକୁ ଅତ୍ୟନ୍ତ ସହଜ କରିଦେଇଛି । ବ୍ୟାଙ୍କ କାମ ହେଉ କିମ୍ବା ସପିଂ ହେଉ, ସ୍ମାର୍ଟଫୋନ୍ ସାହାଯ୍ୟରେ ସବୁକିଛି ଖୁବ୍ ସରଳ ହୋଇଥାଏ । ଗୋଟିଏ ପଟେ ସ୍ମାର୍ଟଫୋନ୍ ଲୋକଙ୍କ ଅସୁବିଧାକୁ କମାଇଥିବା ବେଳେ ଅନ୍ୟପଟେ ସ୍ମାର୍ଟଫୋନ୍ ପାଇଁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଛି । ଏବେ ତ ପିଲାମାନଙ୍କ ଠାରୁ ବୟସ୍କ ପର୍ୟ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଓ ଏଥିରୁ ବାହାରୁଥିବା ଲାଇଟ୍ ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ ।

ତେବେ ଯଦି ଆପଣ ସ୍ମାର୍ଟଫୋନ୍ ଠାରୁ ଦୂରେଇବାକୁ ଚାହୁଁଛନ୍ତି କିନ୍ତୁ ପାରୁନାହାନ୍ତି । ତାହେଲେ ଆଜି ଆମେ ଆପର ମାନଙ୍କୁ କିଛି କାରଣ ଦର୍ଶାଇବକୁ ଯାହାପରେ ଆପଣ ନିଶ୍ଚୟ ସ୍ମାର୍ଟଫୋନ୍ ବ୍ୟବହାର କମାଇଦେବେ । ଏହି ଖବର ଜରିଆରେ ଆମେ କହିବୁ ଯେ, ସ୍ମାର୍ଟଫୋନ୍ ଯୋଗୁଁ ଉପୁଜୁଥିବା ସମସ୍ୟା ସମ୍ପର୍କରେ ।

ଲଗାତର ଭାବେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡ଼ିଥାଏ । ଶରୀରରେ ଆଖି ହେଉଛି ସବୁଠୁ ସମ୍ବେଦନଶୀଳ ଅଙ୍ଗ । ଆମ ଅଜାଣତରେ ମୋବାଇଲ୍ ର କୁପ୍ରଭାବ ବଢ଼ିବାକୁ ଲାଗେ । ତେଣୁ ସମସ୍ୟା ବଢ଼ିବା ପୂର୍ବରୁ ତାକୁ ସୁଧାରିବା ଆମ କର୍ତ୍ତବ୍ୟ । ଏଥିରୁ ନିର୍ଗତ ହେଉଥିବା ବ୍ଲୁ ଲାଇଟ୍ ଆଖି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଏ । ଯାହାଫଳରେ ମୁଣ୍ଡବିନ୍ଧା, ଆଖି ବିନ୍ଧା ଓ ଆଖି ଡ୍ରାଏ ବି ହୋଇପାରେ । ତେଣୁ ସେଲଫୋନ୍ କୁ କମ୍ ବ୍ୟବହାର କରିବା ଠିକ୍ ।

କୌଣସି ଜିନିଷକୁ ଦରକାର ଠାରୁ ଅଧିକ କରିବା ଦ୍ୱାରା ତାହା କୁଫଳ ହିଁ ଦେଇଥାଏ । ଆଉ ଯଦି ଇଲୋକ୍ଟ୍ରୋନିକ୍ସ କଥା କହିବା ତାହେଲେ ଭଲ ହେବ ଏହାର ବ୍ୟବହାର ଯେତେ ପାରିବା କମ୍ କରିବା ଦରକାର । ମୋବାଇଲ୍ କୁ ଅଧିକ ସମୟ ଦରି ବସିବା ଦ୍ୱାରା ରିଷ୍ଟ୍ ବା କଚଟି ବିନ୍ଧା ହୋଇଥାଏ ।

ଖାଲି ସେତିକି ନୁହେଁ ମୋବାଇଲ୍ ର ପ୍ରଭାବ ଆମ ସ୍ଲିପିଂ ପ୍ୟାଟର୍ଣ୍ଣ ଭପରେ ବି ପ୍ରଭାବ ପକାଇଥାଏ । ଶରୀରକୁ ଉପଯୁକ୍ତ ନିଦ୍ରା ନିହାତି ଆବଶ୍ୟକ ହୋଇଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ଶୋଇବା ସମୟ ବ୍ୟବଧାର ଉପରେ ଖରାପ ପ୍ରଭାବ ପଡେ । ଯାହାଫଳରେ ସକାଳେ ଆପଣଙ୍କୁ ଫେସ୍ ଅନୁଭବ ହୁଏ ନାହିଁ ।

Get real time updates directly on you device, subscribe now.