fbpx

ଚିନ୍ନା ଥାଲା ରାଇନାଙ୍କୁ ମେନେପକାଇ ଭିଡିଓ ଜାରି କଲା ଚେନ୍ନାଇ: ପୁଣିଥରେ ପ୍ରଶଂସକ ହେଲେ ନିରାଶ, ଧୋନୀଙ୍କ ଉପରେ ଉଠାଇଲେ ଆଙ୍ଗୁଠି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନ ପାଇଁ ରାଇନାଙ୍କୁ ହାତଛଡା କରିଛି ଚେନ୍ନାଇ ସୁପର କିଙ୍ଗସ । ମେଗା ଅକ୍ସନରେ ରାଇନାଙ୍କୁ ଦଳରେ ସାମିଲ ନ କରିବା ପରେ ଏବେ ତାଙ୍କୁ ଦଳ ମିସ କରୁଛି । ସେଥିପାଇଁ ଚିନ୍ନା ଥାଲାଙ୍କ ସ୍ମୃତିରେ ଆଉ ଏକ ଭିଡିଓ ଅପଲୋଡ କରିଛି ସିଏସକେ । ୨୦୦୮ରୁ ୨୦୨୧ ପର୍ଯ୍ୟନ୍ତ ରାଇନାଙ୍କ ଯାତ୍ରାକୁ ଏହି ଭିଡିଓରେ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ପୁଣିଥରେ ଭାବପ୍ରବଣ ହେବା ସହ ଚେନ୍ନାଇ ଟିମକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

IPL 2021: Suresh Raina set to play his 200th match | NewsBytes

ଚଳିତ ସିଜନ ପାଇଁ ରାଇନାଙ୍କ ପ୍ରଥମେ ରିଟେନ କରି ନଥିଲା ଚେନ୍ନାଇ । ତେବେ ସମସ୍ତଙ୍କର ଆଶା ଥିଲା ଯେ ରାଇନାଙ୍କୁ ନିଶ୍ଚୟ ମେଗା ଅକ୍ସନରେ ଦଳକୁ ଫେରାଇ ଆଣିବ । କିନ୍ତୁ ଘଟିଥିଲା ଏହାର ବିପରୀତ । ଅକ୍ସନରେ ମଧ୍ୟ ଦଳ ରାଇନାଙ୍କୁ କିଣି ନଥିଲା । ତେବେ ରାଇନାଙ୍କୁ ଏବେ ଦଳ ମନେ ପକାଇ ସୋଶଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛି । ୪୬ ସେକେଣ୍ଡର ଏହି ଭିଡିଓରେ ରାଇନା ଏବଂ ଚେନ୍ନାଇର ଯାତ୍ରା ଦର୍ଶାଯାଇଛି । କେତେବେଳ ମଇଦାନରେ ପ୍ରାକ୍ଟିସ କରୁଛନ୍ତି ତ କେତେବେଳେ ଟ୍ରଫି ସହ ତ ଆଉ କେତେବେଳେ ଷ୍ଟୁଡିଓରେ ତାଙ୍କର ମସ୍ତିଭରା ଅନ୍ଦାଜକୁ ନେଇ ଏକ ଭିଡିଓ ମାଧ୍ୟମରେ ରାଇନାଙ୍କୁ ଧନ୍ୟବାଦ ଦେଇଛି ଚେନ୍ନାଇ ।

ଏହାପରେ ପୁଣିଥରେ ଚେନ୍ନାଇର ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଭିନ୍ନ ପ୍ରକାର କମେଣ୍ଟ ସହ ସିଏସକେକୁ ଟ୍ରୋଲ କରୁଛନ୍ତି ପ୍ରଶଂସକ । କେବଳ ସେତିକି ନୁହେଁ ଦଳର ଅଧିନାୟକ ଏମ.ଏସ ଧୋନୀ ମଧ୍ୟ ପ୍ରଶଂସକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ।

Get real time updates directly on you device, subscribe now.