fbpx

ପୁଣି ଅଡ଼ୁଆରେ ସମୀର ୱାଙ୍ଖେଡେ; ବେଆଇନ ବାର ଲାଇସେନ୍ସ ମାମଲାରେ ମୁମ୍ବାଇ ପୋଲିର ସମନ, ହାଇକୋର୍ଟରେ ଯାଚିକା ଖାରଜ

ମୁମ୍ବାଇ: ବେଆଇନ ବାର ଲାଇସେନ୍ସ ମାମଲାରେ ଏନସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ସମନ କରିଛି ମୁମ୍ବାଇ ପୋଲିସ । ମଙ୍ଗଳବାର ମୁମ୍ବାଇର କୋପାରି ପୋଲିସ ଷ୍ଟେସନରେ ସମନ ପାଇଁ ହାଜର ହୋଇ ମାମଲାରେ ନିଜର ପକ୍ଷ ରଖିଛନ୍ତି ସୀମର । ଏହି ମାମଲାରେ ପୂର୍ବରୁ ତାଙ୍କ ବିରୋଧରେ ହୋଇଥିଲା ଅଭିଯୋଗ ।

ନିକଟରେ ଥାନେ ଜିଲ୍ଲା ଦୌରା ଜଜ୍ ସୀମରଙ୍କ ବାର୍ ଲାଇସେନ୍ସ କ୍ୟାନସଲ କରିଥିଲେ । ଏହାକୁ ଚାଲେଞ୍ଜ କରି ସମୀର ୱାଙ୍ଖଡେ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରିଥିଲେ, ଯାହାକୁ ବମ୍ବେ ହାଇକୋର୍ଟ ଆଜି ଖାରଜ କରିଛନ୍ତି । ବମ୍ବେ ହାଇକୋର୍ଟ ମଙ୍ଗଳବାର ଏହି ଯାଚିକା ଖାରଜ କରି କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି ଯେ ସମୀର ୱାଙ୍ଖେଡେଙ୍କ ତରଫରୁ ଦାୟର ହୋଇଥିବା ଗୋଟିଏ ଦିନ ପୂର୍ବର ଯାଚିକା ଅଦାଲତର ମଞ୍ଜୁରୀ ବିନା କିପରି ଶୁଣାଣି ପାଇଁ ସୂଚୀରେ ରଖାଗଲା । ଜଷ୍ଟିସ୍ ଗୌତମ ପଟେଲ ଏବଂ ଜଷ୍ଟିସ୍ ମାଧବ ଜାମଦାରଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ଏହା ଏକ ବହୁତ ଜରୁରୀ ମାମଲା ନୁହେଁ ।

ପୂର୍ବରୁ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲ୍ଲିକ ଅଭିଯୋଗ କରିଥିଲେ ଯେ ନଭି ମୁମ୍ବାଇରେ ସମୀରଙ୍କ ଏକ ବାର ରହିଛି ଯାହା ପାଇଁ ସେ କମ୍ ବୟସରୁ ଲାଇସେନ୍ସ ପାଇଛନ୍ତି, ନିଜ ବୟସର ଭୁଲ ପ୍ରମାଣ ଦେଇ ସମୀର ଏହି ବାର୍ ଲାଇସେନ୍ସ ହାତେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା । ସେ ଅଭିଯୋଗ କରିଥିଲେ ଯେ ସମୀର ମାତ୍ର ୧୭ ବର୍ଷ ବୟସରେ ବାର ଲାଇସେନ୍ସ ପାଇଥିଲେ । ଯାହାକୁ ନେଇ ପୋଲିସ ତଦନ୍ତ କରିଥିଲା ଏବଂ ଜଣାପଡ଼ିଥିଲା ଯେ ସମୀରଙ୍କୁ ୧୭ ବର୍ଷ ବୟସରେ ବାର୍ ଲାଇସେନ୍ସ ପାଇଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଉପଯୁକ୍ତ ବୟସ ହୋଇନଥିବା ବେଳେ କିପରି ବାର୍ ଲାଇସେନ୍ସ ପାଇଲେ ଏହାକୁ ନେଇ ମୁମ୍ବାଇ କୋପାରି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।

 

 

Get real time updates directly on you device, subscribe now.