fbpx

୨୫ ହଜାର ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଳୀ: ଯୁକ୍ତ ପାସ କରିଥିବା ସମସ୍ତ ଚାକିରି ଅଭ୍ୟାର୍ଥୀଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ୨୫ ହଜାର ଯୁକ୍ତ ଦୁଇ ପାସ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଲିସ କନେଷ୍ଟବଳ ନିଯୁକ୍ତି । ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ବୋର୍ଡ ପକ୍ଷରୁ ଖୁବଶୀଘ୍ର ୨୫ ହଜାର କନେଷ୍ଟବଳ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୮ରୁ ୨୨ ବର୍ଷ ବୟସ୍କ ଯୁବକ ଯୁବତୀ ଏହି ପଦ ପାଇଁ ଆବେଦନ କରିପାରିବେ ।  ଫେବୃୟାରୀ ୨୨ ଦିନ ୨ଟାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ଦୁଇ ପାଶ କରିଥିବା ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ସର୍ବାଧିକ ବୟସସୀମାରେ ସାଧାରଣ ବର୍ଗଙ୍କ ପାଇଁ କୌଣସି ରିହାତି ନଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫-୫ ବର୍ଷ କୋହଳ କରାଯାଇଛି । ଲିଖିତ ପରୀକ୍ଷା ଓ ଶାରୀରିକ ପରୀକ୍ଷା ଆଧାରରେ ଏହି ଚୟନ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କରାଯାଇଥିବା ୯୫୩୪ ସବଇନ୍ସପେକ୍ଟର ପଦ ପାଇଁ ବିଗତ ମାସରେ ପରୀକ୍ଷା କରାଯାଇଥିଲା । ଏହି ପଦବୀ ପାଇଁ ୧୫ ଲକ୍ଷ ଆବେଦନ ଆସିଥିଲା । ଏହି ଲିଙ୍କ https://uppolice.org/up-police-constable-recruitment-2022/ରେ କ୍ଲିକ୍ କରି ଆପଣ ଆବେଦନ କରିପାରିବେ ।

Get real time updates directly on you device, subscribe now.