fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଣ୍ଟୁଥିଲେ ଟଙ୍କା: ଗାଁ ଲୋକଙ୍କ ହାବୁଡରେ ପଡି ହଟହଟା ହେଲେ ଦୁଇ ମହିଳା, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟି ହଟହଟା ହୋଇଛନ୍ତି ଦୁଇ ମହିଳା । ଦୁଇ ମହିଳା ଟଙ୍କା ବାଣ୍ଟୁ ଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ ଦୁଇ ମହିଳା । ରାଜଧାନୀର ଉମା ଦେଇପୁର ପଞ୍ଚାୟତର ଜସୁଆପୁର ଗ୍ରାମରେ ଏହି ଘଟଣାଟି ଘଟିଥିଲା । ଦୁଇ ଜଣ ମହିଳା ବିଡାବିଡା ୫୦୦ ଟଙ୍କିଆ ନୋଟ ସହିତ ପଇସା ବାଣ୍ଟୁଥିଲେ । ଏହି ସମୟରେ ଏହା ଗ୍ରାମର ଲୋକଙ୍କ ନଜରରେ ପଡିଥିଲା ।

ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବା ସହିତ ପର୍ଶ ଝିଙ୍କି ଟଙ୍କା ବାହାର କରିଥିଲେ । ଏହା ସହିତ ଏକ ଡାଏରୀରେ ପ୍ରତି ୱାର୍ଡର ସମସ୍ତ ଲୋକଙ୍କ ନାଁ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ସହିତ ବଚସା ପରେ ଦୁଇ ମହିଳାଙ୍କ ସହିତ ଧସ୍ତା ଧସ୍ତି ହୋଇଥିଲା । ଦୁଇ ମହିଳା ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର କର୍ମୀ ହୋଇଥିବା ବେଳେ ଟଙ୍କା ବାଣ୍ଟିବାରେ କାହିଁକି ସମ୍ପୃକ୍ତ ଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ୧୫ ଫେବୃୟାରୀରୁ ଏହି ଦୁଇ ମହିଳା ଟଙ୍କା ବାଣ୍ଟୁଥିବା ବେଳେ ତାହା ଡାଏରୀରେ ଉଲ୍ଲେଖ ରହିଛି । ମହିଳାଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାପଡିଛି । ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହି ଦୁଇ ମହିଳାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.