fbpx

ଯୁଦ୍ଧର ତୃତୀୟ ଦିନ: ୩ ଶିଶୁଙ୍କ ସମେତ ୧୯୮ ନାଗରିକ ମୃତ

ନୂଆଦିଲ୍ଲୀ: ଆଜି ଲଗାତର ତୃତୀୟ ଦିନ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ରାଜଧାନୀ କିଭ୍ ର ସ୍ଥିତି ସାଂଘାତିକ ହୋଇଯାଇଛି । ଲୋକମାନେ ନିଜ ଘରଦ୍ୱାର ଛାଡ଼ି ପଳାୟନ କରୁଛନ୍ତି । ଭାରତୀୟ ମାନେ ମଧ୍ୟ ଦେଶକୁ ଫେରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜଧାନୀ କିଭ୍ ଉପରେ ରୁଷୀ ସେନା କବଜା କରିବା ପାଇଁ ମାଡ଼ି ଆସୁଛନ୍ତି । କହିବାକୁ ଗଲେ, ଧ୍ୱଂସାଭୀମୁଖେ ୟୁକ୍ରେନ ରାଜଧାନୀ କିଭ୍ । ଲଗାତର କିଭ୍ ଉପରେ ଗୁଳି ବର୍ଷା ହେଉଛି । ୧୬୦ରୁ ଅଧିକ ମିସାଇଲ୍ କିଭ୍ ଉପରେ ପଡ଼ିସାରିଲାଣି । ଯାହାଫଳରେ ସହରର ସ୍ଥିତି ଏବେ ଛିନ୍ନଭିନ୍ନ ହୋଇଯାଇଛି । ଭୟରେ ନାଗରିକ ମାନେ ମେଟ୍ରୋ ଷ୍ଟେସନ୍, ବ୍ରିଜ୍ ଏବଂ ଏଣେତେଣେ ଜୀବନ ବିକଳରେ ଦୌଡ଼ୁଛନ୍ତି ।

ତେବେ ଏହି ଯୁଦ୍ଧରେ ଏଯାବତ୍ ତିନି ଛୋଟ ପିଲାଙ୍କ ସମେତ ୧୯୮ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୟୁକ୍ରେନ ନାଗରିକଙ୍କ ସମେତ ରୁଷ ନାଗରିକଙ୍କ ର ମୃତ୍ୟୁ ହୋଇଛି । ୟୁକ୍ରେନ ସରକାର ରୁଷକୁ କହିଛନ୍ତି ଯେ, ସେ ସେମାନଙ୍କ ମୃତ ଯବାନଙ୍କ ପାର୍ଥିବ ଶରୀରକୁ ଫେରାଇ ନିଅନ୍ତୁ । ଅନ୍ୟପଟେ ପୋଲାଣ୍ଡ୍ ରୁଷ ବିରୋଧରେ ବିଶ୍ୱ କପ୍ କ୍ୱାଲିଫାୟାର୍ ଖେଳିବା ନେଇ ମନା କରିଦେଇଛି ।

Get real time updates directly on you device, subscribe now.