ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ତିନିଦିନ ଧରି ରୁଷ ୟୁକ୍ରେନ ଉପରେ ଜାରିରଖିଛି ଆକ୍ରମଣ । ଏହାରି ମଧ୍ୟରେ ରୁଷ ମିଡିଆ ବଡ଼ ଦାବି କରିଛି । ରୁଷ ମିଡିଆ ଦାବି କରିଛି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀ ରାଜଧାନୀ କୀଭ ଛାଡ଼ି ପଳାୟନ କରିଛନ୍ତି । ଏହା ପୂର୍ବରୁ ଜେଲେନସ୍କୀ ଦାବି କରିଥିଲେ ରୁଷ ସେନା ତାଙ୍କର ଏବଂ ତାଙ୍କ ପରିବାର ପଛରେ ପଡ଼ିଛନ୍ତି ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ରାଷ୍ଟ୍ରପତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀ ନିଜ ବୟାନରେ କହିଥିଲେ ଯେ ସଙ୍କଟ ସମୟରେ ସେ ଦେଶ ଛାଡ଼ି କୌଣସି ପରିସ୍ଥିତିରେ ଯିବେ ନାହିଁ । ସେ ଆହୁରି କହିଥିଲେ ଯେ ସେ ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶର ରକ୍ଷା ପାଇଁ ଲଢ଼ିବେ । ସେ କହିଥିଲେ ସଙ୍କଟ ସମୟରେ ପୂରା ୟୁକ୍ରେନ ଏକାଠି ହୋଇ ରୁଷ ସେନାର ମୁକାବିଲା କରୁଛି । ଜେଲେନସ୍କୀ ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ସାହାଯ୍ୟ ମାଗିବା ପାଇଁ ଅପିଲ କରିବା ସହ କହିଥିଲେ ୟୁକ୍ରେନ ଏକାକୀ ରୁଷ ସହ ଲଢ଼େଇ କରୁଛି ଏବଂ ଏଥିପାଇଁ ଅସ୍ତ୍ରର ଆବଶ୍ୟକତା ରହିଛି ।
ଉଲ୍ଲେଖଯୋଗ୍ୟ, ଏହି ଯୁଦ୍ଧ ସ୍ଥିତିରେ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ କଥାବାର୍ତ୍ତା ନେଇ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ରୁଷ କହିଛି ଯେ ଯଦି ୟୁକ୍ରେନ ସେନା ଆତ୍ମସମର୍ପଣ କରନ୍ତି ତେବେ ରୁଷ ୟୁକ୍ରେନ ସହ ଆଲୋଚନା କରିବାକୁ ପ୍ରସ୍ତୁତ । ରୁଷ ମଧ୍ୟ ଏହା ଦାବି କରିଛି ଯେ ସେ ୟୁକ୍ରେନ ଉପରେ କବ୍ଚ କରିବାକୁ ଚାହୁନାହଁ ।