ନୂଆଦିଲ୍ଲୀ: ଫରିଦାବାଦର ଜଣେ ମ୍ୟୁଜିକ ଟିଚରକୁ ଗିରଫ କରିଛି ପୋଲିସ । ଜଣେ ମହିଳାଙ୍କୁ ବ୍ଲାକମେଲ ଏବଂ ଦୁଷ୍କର୍ମ ଅଭିଯୋଗରେ ପୋଲିସ ହାତରେ ବନ୍ଧା ହୋଇଛି ଏହି ମ୍ୟୁଜିକ ଟିଚର । ଘରେ ସ୍ୱାମୀଙ୍କ ନଥିବାର ସୁଯୋଗ ନେଇ ସଙ୍ଗୀତ ଶିଖାଇବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରୁଥିଲା । କିନ୍ତୁ ଏବେ ପୀଡିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ତାକୁ ଗିରଫ କରିଥିବା ଜଣାଯାଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ସଙ୍ଗୀତ ଶିଖାଇବା ବାହାନାରେ ଜଣେ ମହିଳାଙ୍କ ସହ ସମ୍ପର୍କ ବଢାଇଥିଲା ଏହି ମ୍ୟୁଜିକ ଟିଚର । ଏହାରି ମଧ୍ୟରେ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ମହିଳାଙ୍କର କିଛି ଅଶ୍ଳୀଳ ଫଟୋ ଏବଂ ଭିଡିଓ କରି ନେଇ ତାଙ୍କୁ ବ୍ଲାକମେଲ ଆରମ୍ଭ କରିଥିଲା । କେବଳ ସେତିକି ନୁହେଁ, ମ୍ୟୁଜିକ ଟିଚର ମହିଳାଙ୍କୁ ଦୁଷ୍କର୍ମ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା । ପରେ ସେ ସମସ୍ତ ଭିଡିଓ ଏବଂ ଫଟୋ ମହିଳାଙ୍କର ଜଣେ ବନ୍ଧୁଙ୍କୁ ଶେୟର କରିଥିବା ଜଣାଯାଇଛି ।
ତେବେ ବାରମ୍ବାର ଏପରି ଘଟଣାକୁ ସହ୍ୟ କରି ନ ପାରି ମହିଳା ଜଣକ ପୋଲିସର ଆଶ୍ରୟ ନେଇ ସମସ୍ତ ଘଟଣା ସମ୍ପକରେ ଜଣାଇଥିଲେ । ଏହାପରେ ପୀଡିତାଙ୍କର କାଉନ୍ସିଲିଙ୍ଗ କରି ତଦନ୍ତ ଆରମ୍ଭ କରିଥିଲା ମହିଳା ଥାନା ପୋଲିସ । ତେେବେ ଅଭିଯୁକ୍ତକୁ ଗିରଫ କରିବା ପୋଲିସ ପାଇଁ ହୋଇଥିଲା ସବୁଠୁ ବଡ ଚ୍ୟାଲେଞ୍ଜ । ଫରିଦାବାଦରେ ରହୁ ନଥିବାରୁ ମ୍ୟୁଜିକ ଟିଚରର ଲୋକେଶନ ଜାଣି ପାରୁନଥିଲା ପୋଲିସ । ତେବେ ଥାନାରେ ଥିବା ବେଳେ ଦିନେ ପୀଡିତାଙ୍କୁ ଫୋନ କରୁଥିବା ସମୟରେ ଅଭିଯୁକ୍ତର ଲୋକେଶନ ଟ୍ରେସ କରିବା ସହ ତାକୁ ଗିରଫ କରିଛି ପୋଲିସ ।