fbpx

କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆସନ୍ତାକାଲିରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି । ଦୁଇ ବର୍ଷ ପରେ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି। ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ପିଲାମାନେ ଗତ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାନ୍ତି, ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବ । ଏହା ଫଳରେ ପିଲାମାନେ ପାଠପଢ଼ାରେ ପଛେଇବେ ନାହିଁ ବୋଲି ଆଶା ରଖାଯାଇଛି । କରୋନା କଟକଣା ମଧ୍ୟରେ ଆସନ୍ତାକାଲି ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ଗତକାଲି ଅଭିଭାବକ ସମ୍ମିଳନୀ ହୋଇଥିଲା । ଏଥିରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଇଛି । ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ମୌଳିକ ଜ୍ଞାନ ହରାଇଛନ୍ତି ବୋଲି ବିଭିନ୍ନ ସର୍ଭେ ତଥ୍ୟ ଦର୍ଶାଇଛି ।

ତେବେ ପ୍ରଥମ ୬ ଦିନ ପିଲାଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ । ମାର୍ଚ୍ଚ ୯ରୁ ୩ ଦିନ ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ପାଠପଢ଼ା କ୍ଷତିକୁ ଭରଣା କରାଯିବାର ପ୍ରୟାସ କରାଯିବ । ଦ୍ୱିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍‌ ରୁମ୍‌ ଅନୁଭବ ନୂଆ ହେବାକୁ ଯାଉଛି ।

Get real time updates directly on you device, subscribe now.