fbpx

ରୁଷ ସୈନିକଙ୍କୁ ଖାରକିଭରୁ ତଡ଼ି ଦିଆଯାଇଛି, ସହର ଆମ ନିୟନ୍ତ୍ରଣରେ ରହିଛି: ଗଭର୍ନର

ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ରୁଷ । ୟୁକ୍ରେନ ମଧ୍ୟ ଏହାର ଜବାଦ ଦେଉଛି । ୟୁକ୍ରେନ ସରକାର ସାହାଯ୍ୟ ପାଇଁ ଅନ୍ୟ ଦେଶକୁ ମଧ୍ୟ ନିବେଦନ କରିଛନ୍ତି । ଏହାରି ମଧ୍ୟରେ ରୁଷ ସେନା ଖାରକିଭରେ ମଧ୍ୟ ପଶିସାରିଥିବା ନେଇ ଖବର ଆସିଥିଲା । ରୁଷ ଖାରକିଭକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଛି । ରୁଷ ସୀମାରୁ ୨୦ କିଲୋମିଟର ଦୂରରେ ରହିଛି ଏବଂ ରୁଷ ସୈନିକ ଖାରକିଭ ରେ ପ୍ରବେଶ କରିଛନ୍ତି ।

ତେବେ ମିଳିଥିବା ତାଜା ସୂଚନା ଅନୁଯାୟୀ ଖାର୍କିଭ ର ଗଭର୍ନର ଓଲେହ ସିନେଗୁବୋବ ଟେଲିଗ୍ରାମରେ କହିଛନ୍ତି ଯେ ଖାର୍କିଭରୁ ରୁଷ ସେନାକୁ ତଡ଼ି ଦିଆଯାଇଛି ଖାରକିଭ ଉପରେ ବର୍ତ୍ତମାନ ଆମର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସଶସ୍ତ୍ର ବଳ, ପୋଲିସ ଏବଂ ରକ୍ଷଶ ବଳ ନିଜ କାମ କରୁଛନ୍ତି ଏବଂ ସହରକୁ ସଂପୂର୍ଣ୍ଣ ଭାବରେ ଶତ୍ରୁ ମୁକ୍ତ କରାଯାଉଛି ବୋଲି କହିଛନ୍ତି ।

Get real time updates directly on you device, subscribe now.