ନୂଆଦିଲ୍ଳୀ: ଭାରତର ରାଜଧାନୀ ଦିଲ୍ଲୀର ଦକ୍ଷିଣ ଅଞ୍ଚଳରେ ଏକ ବଡ ସେକ୍ସ ରାକେଟର ହୋଇଛି ପର୍ଦ୍ଦାଫାଶ । ବିଦେଶୀ ମହିଳାଙ୍କୁ ନେଇ ଏଠାରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ ଏଠାରେ ଚଢାଉ କରି ୪ ବିଦେଶୀ ମହିଳାଙ୍କ ସହିତ ୫ ଜଣଙ୍କୁ ଗିରଫ କରିଛି । ତେବେ ସୂଚନା ଅନୁସାରେ ଗିରଫ ହୋଇଥିବା ମହିଳା ଉଜବେଗିସ୍ତାନର ବୋଲି ଜଣା ପଡିଥିବା ବେଳେ ସେମାନଙ୍କ ବୟସ ୨୩-୪୨ ମଧ୍ୟରେ ହୋଇଥିବା ଜଣାପଡିଛି ।
ଏମାନଙ୍କ ବ୍ୟତୀତ ଡ୍ରାଇଭର ତରୁଣକୁ ମଧ୍ୟ ଗିରଫ କରିଛି ପୋଲିସ । ବିଦେଶୀ ମହିଳାମାନଙ୍କୁ ନେବା ଆଣିବା କରିବା ପାଇଁ ସେ ପ୍ରତିଦିନ ସେମାନଙ୍କଠାରୁ ୨ହଜାର ଟଙ୍କା ପାଉଣା ନେଉଥିଲା । ଅବୈଧ ଭାବରେ ଦେଶରେ ରହିବା ସହିତ ବେଶ୍ୟାବୃତ୍ତି କରିବା ଅଭିଯୋଗରେ ମହିଳାଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି । ତେବେ ଏ ସମସ୍ତ ଘଟରା ହ୍ୱାଟ୍ସଆପ ଜରିଆରେ ଘଟୁଥିଲା । ମାମଲାର ତଦନ୍ତ କରିବା ସମୟରେ ଏ ନେଇ ଜାଣିବାକୁ ପାଇଛି ଦିଲ୍ଲୀ ପୋଲିସ । ନରେଶ(ଗୋଡୁ) ନାମକ ଜଣେ ଦଲାଲ ଦ୍ୱାରା ଏହି ସବୁ କାମ କରୁଛନ୍ତି ବିଦେଶୀ ମହିଳା । ତେବେ ଏମାନଙ୍କୁ ଧରିବା ପାଇଁ ପ୍ରଥମେ ହ୍ୱାଟ୍ସଆପରେ ଏମାନଙ୍କ ସହ ସମ୍ପର୍କ କରିବା ପରେ ଧରିବା ପାଇଁ ଜାଲ ବିଛାଇ ପୋଲିସ ଗିରଫ କରିଛି । ବସନ୍ତକୁଞ୍ଜ ନାମକ ଏକ ହୋଟେଲ ସମେତ ମହିପାଳପୁରକୁ ବନ୍ଦୀ କରିଥିଲା ପୋଲିସ । ତେବେ ଡ୍ରାଇଭର ମହିଳାମାନଙ୍କୁ ଛାହିବା ପାଇଁ ଆସିବା ସମୟରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏହାପରେ ସେମାନଙ୍କୁ ପଚରାଉଚରା ସହିତ ରାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଯୋଜନା ଚଳାଇଛି ।