fbpx

ଋଷ ଉପରେ ଆମେରିକାର ପ୍ରହାର: ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ସହ ସବୁ ସମ୍ପର୍କ କାଟିଲା ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ସମୟରେ ଋଷକୁ ଆମେରିକା ଦେଇଛି ଏକ ବ୍ୟବସାୟୀକ ଝଟକା । ଋଷର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ରାଜ୍ୟ ବିନିଯୋଗ ପାଣ୍ଠି ଉପରେ ନୂଆ କଟକଣା ଲଗାଇଛି ଆମେରିକାର ଟ୍ରେଜେରୀ ବିଭାଗ । ଋଷର ସେଣ୍ଟ୍ରାଲ ବ୍ୟାଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଏବଂ କାରବାର ଉପରେ ରୋକ ଲଗାଇଛି ଆମେରିକା । ୟୁକ୍ରେନକୁ ଆକ୍ରମଣ କରିବାରୁ ଋଷକୁ ମିଳିଛି ଏହି ଦଣ୍ଡ । ଋଷର ଅର୍ଥବ୍ୟବସ୍ଥାକୁ ନେଇ ଏହା ଏକ ବଡ ପଦକ୍ଷେଫ ବୋଲି ଗଣମାଧ୍ୟମକୁ କହିଛନ୍ତି ଆମେରିକାର ଜଣେ ବରିଷ୍ଠ ସରକାରୀ ଅଧିକାରୀ ।

ଆମେରିକା ସହିତ ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଇଟାଲୀ, ଜାପାନ, ୟୁରୋପୀୟ ସଂଘ ଏବଂ ଅନ୍ୟ ଦେଶ ମଧ୍ୟ ଋଷର ସେଣ୍ଟ୍ରାଲ ବ୍ୟାଙ୍କ ଗୁଡିକୁ ଟାର୍ଗେଟ କରିଛନ୍ତି । ଋଷର ସମ୍ପତ୍ତିକୁ ଏହାର କାର୍ଯ୍ୟକଳାପ ପାଇଁ ସୀମିତ ବ୍ୟବହାର କରିବା ପାଇଁ ଏମିତି ଏକ ପଦକ୍ଷେପ ନେଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ଜାନେଟ ୟେଲେନ । ଏହାଦ୍ୱାରା ଆମେରିକା କିମ୍ବା ଏହାର କୌଣସି ସଂସ୍ଥାଠାରୁ ପାଣ୍ଠି ସଂଗ୍ରହ କରି ପାରିବ ନାହିଁ । ଜୋ ବାଇଡେନଙ୍କ ପ୍ରଶାସନ ଅନୁଯାୟୀ ଏହି ପଦକ୍ଷେପ ଋଷର କୋଟି କୋଟି ଟଙ୍କା ଅର୍ଥ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ତେବେ ଏହାର ପ୍ରଭାବ ଋଷରେ ପରିଲକ୍ଷିତ ହୋଇଛି । ଡଲାର ତୁଳନାରେ ଋଷ ମୁଦ୍ରା ୪୦% ତଳକୁ ଖସିଥିବା ଜଣାଯାଇଛି । ସେପଟେ ସେୟାର ବଜାରରୁ ବିଦେଶୀ ନିବେଶକ ପୁଞ୍ଜି ଉଠାଇ ପାରିବେନି କି ବିକ୍ରି କରିପାରିବେନି ବୋଲି ସିଧା କହିଦେଇଛି ଋଷ ।

Get real time updates directly on you device, subscribe now.