fbpx

ମହାଯୁଦ୍ଧ ଭିତରେ ସାହସ ଦେଖାଇଲେ ୟୁକ୍ରେନ କୃଷକ: ଟ୍ରାକ୍ଟରରେ ଚୋରି କରିନେଲେ ଋଷ ଯୁଦ୍ଧ ଟ୍ୟାଙ୍କ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ସାରା ବିଶ୍ୱକୁ ଥରାଇ ଦେଇଛି । ଋଷ ବିରୁଦ୍ଧରେ ଲଢିବା ପାଇଁ ୟୁକ୍ରେନର ସାଧାରଣ ଜନତା ପ୍ରସ୍ତୁତ ହେଉଥିବା ଦେଖିବାକୁ ମଳୁଛି । କିନ୍ତୁ ଯୁଦ୍ଧର ଏମିତି ଏକ ପରିସ୍ଥିତି ମଧ୍ୟରେ ଏକ ମଜାଳିଆ ଭିଡିଓ ସାମାନାକୁ ଆସିଛି । ଯାହା ସମସ୍ତଙ୍କ ମନରେ ଭୟର ମାତ୍ରାକୁ କମ କରି ଟିକିଏ ଖୁସି ଭରି ଦେଇଛି । ଋଷ ନିଜ ଟ୍ୟାଙ୍କ ଦ୍ୱାରା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ସେଠାକାର କିଛି କୃଷକ ଟ୍ୟାଙ୍କକୁ ସାମନା କରିଛନ୍ତି । କାଲି ସାମନା କରି ନାହାନ୍ତି ସୁଯୋଗ ପାଇ ଟ୍ୟାଙ୍କଟିକୁ ଚୋରେଇ ନେଇଥିବା ଘଟଣା ସୋଶଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଅଷ୍ଟ୍ରିଆରେ ୟୁକ୍ରେନର ରାଷ୍ଟ୍ରଦୂତ ଥିବା ଆଲେକଜାଣ୍ଡାର ସ୍କେର୍ବା ନିଜ ଟ୍ୱିଟରରେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଏବେ ୟୁକ୍ରେନରେ ସମସ୍ତଙ୍କୁ ଯୁଦ୍ଧର ବିଶମରୁ ବାହାରି ମନୋରଞ୍ଜନର ଖୁରାକ ଯୋଗାଇଛି । ୟୁକ୍ରେନ ସୈନ୍ୟଙ୍କୁ ଲଗାତାର ଆକ୍ରମଣ କରୁଥିବା ଋଷ ଟ୍ୟାଙ୍କକୁ ୟୁକ୍ରେନର କିଛି କୃଷକ ଚୋରି କରି ନେଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଗୋଟିଏ ଟ୍ରାକ୍ଟର ସାହାଯ୍ୟରେ ୟୁକ୍ରେନର କିଛି କୃଷକ ଋଷ ଯୁଦ୍ଧ ଟ୍ୟାଙ୍କକୁ ଚୋରେଇ ନେଉଥିବା ବେଳେ ଜଣେ ଯୁବକ ଏହା ପଛରେ ଦୌଡୁତିବାର ଏହି ଭିଡିଓରେ ଦେଖାଯାଇଛି । ତେବେ ଏହି ଭିଡିଓର କ୍ୟପ୍ସନରେ ଲେଖାଯାଇଛି ଯେ, ଯଦି ଏହା ସତ୍ୟ ଘଟରା ହୋଇଥାଏ ତେବେ ଏହା କୃଷକମାନଙ୍କ ଦ୍ୱାରା ପ୍ରଥମ ଚୋରି ହେବ ।

ଏହି ଭିଡିଓ ପୋଷ୍ଟ ହେବା ପରେ ସମସ୍ତ ଲୋକ ଏହାର ଖୁବ ମଜା ନେଉଛନ୍ତି । ତେବେ ଏହାର ପ୍ରକୃତ ସତ୍ୟତା ଜଣା ପଡିନଥିଲେ ମଧ୍ୟ ଏହା ଖୁବ ହାସ୍ୟାସ୍ପଦ ବୋଲତ କହିଛନ୍ତି ଅନେକ ୟୁଜର । ଜଣେ ୟୁଜର ଏହାକୁ ସତ ଭାବି ଏହି ସପ୍ତାହର ତାଙ୍କର ପ୍ରଥମ ହସ ବୋଲି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟ ଜଣେ ୟୁଜର ଏହାକୁ ଚମତ୍କାର ବୋଲି ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.