fbpx

IPLକୁ ଏଣ୍ଟ୍ରି ମାରିବେ କି ରୈନା, ଏହି ଫ୍ରାଞ୍ଚାଇଜରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବାକୁ ମନ ବଳାଇନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନସୋଲ୍ଡର ହେଉଛନ୍ତି ସୁରେଶ ରୈନା । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି । ସେଥିରେ ରୈନା ଗୁଜୁରାଟ ଟାଇଟନ୍ସର ଜିର୍ସି ପିନ୍ଧିଥିବା ଦେଖାଯାଉଛି । ତେଣୁ ରୈନା ପୁଣି ଥରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ବୋଲି କ୍ରୀଡ଼ାପ୍ରେମୀ ବିଚାର କରୁଛନ୍ତି ।

ତେବେ ଜଣାପଡ଼ିଛି ଯେ, ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜସନ ରୟ ଆଇପିଏଲର ଚଳିତ ସିଜିନରୁ ଓହରି ଯାଇଛନ୍ତି । ତେଣୁ ରୟଙ୍କ ସ୍ଥାନରେ ରୈନାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ପରିପ୍ରେକ୍ଷୀରେ ଆଇପିଏଲ ଖେଳିବା ନେଇ ରୈନାଙ୍କ ଆଗରେ ସୁଯୋଗ ରହିଥିବା ଭାବି କିଛି ଫ୍ୟାନ୍ସ ତାଙ୍କର ଫଟୋ ଏଡିଟ୍ କରି ସୋସିଆଲ ମିଡ଼ିଆରେ ଶେୟାର କରୁଥିବା ଜଣାପଡ଼ିଛି । ପୂର୍ବରୁ ରୈନା ଆଇପିଏଲରେ ଗୁଜୁରାଟ ଫ୍ରାଞ୍ଚାଇଜର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ତେଣୁ ରୟଙ୍କ ସହିତ ରୈନାଙ୍କୁ ଯୋଡ଼ା ଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.