fbpx

ପୌର ନିର୍ବାଚନ ୨୦୨୨: କଟକରେ ଲଢ଼ିବେ କଂଗ୍ରେସ-ସିପିଆଇ-ସିପିଆଇଏମ ମେଣ୍ଟ

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ରୁ ଆରମ୍ଭ ହେବାକୁ ପୌର ନିର୍ବାଚନ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ । ମହାନଗର ନିଗମ, ପୌରପାଳିକା, ମେୟର, ପୌରାଧ୍ୟକ୍ଷ, କର୍ପୋରେଟର, କାଉନସିଲର ପଦବୀ ପାଇଁ ହେବ ନିର୍ବାଚନ । ରାଜ୍ୟର ୧୦୬ ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ପାଇଁ ହେବ ନିର୍ବାଚନ ।

ତେବେ କଟକରେ ମହାନଗର ନିଗମ ନର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିବାକୁ ଯାଉଛି । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ମଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କଂଗ୍ରେସ ପୌର ନିର୍ବାଚନ ପାଇଁ ସିପିଆଇ ଏବଂ ସିପିଆଇଏମ ସହ ମେଣ୍ଟ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମାକିମ । ସେ କହିଛନ୍ତି ମୋଟ ୫୯ ୱାର୍ଡରୁ ସିପିଆଇକୁ ଗୋଟିଏ ଓ ସିପିଆଇଏମକୁ ଗୋଟିଏ ସିଟ୍ ଛଡ଼ାଯିବ ଏବଂ ବାକିି ୫୭ ସିଟରେ କର୍ପୋରେଟର ପ୍ରାର୍ଥୀ ଦେବ କଂଗ୍ରେସ ।

ଉଲ୍ଲେଖଯୋଗ୍ୟ, ବୁଧବାର କଂଗ୍ରେସରେ କଟକରେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ ସିଏମସି ମେୟର ପ୍ରାର୍ଥୀ ଭାବେ ମଇଦାନୁ ଓହ୍ଲାଇଛି କଂଗ୍ରେସ । ଦୁଇଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପ୍ରାର୍ଥୀ ଚୟନ କରାଯିବ । ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଏ ସଂପର୍କରେ ସୂଚନା ଦେଇଛନ୍ତି । କଟକର ୫୬ଟି କର୍ପୋରେଟର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି । ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ସଭାନେତ୍ରୀ ଗିରିବାଳାଙ୍କ ନାମ ସବୁଠାରୁ ଆଗରେ ରହିଥିଲା ।

Get real time updates directly on you device, subscribe now.