fbpx

ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବଢ଼ିଲା ଦର, ରୋଷେଇ ଘରଉପରେ ସିଧା ପ୍ରଭାବ; IMF ଦେଲେ ଚେତାବନୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଏବେ ଅନ୍ୟ ଦେଶ ଗୁଡ଼ିକ ଉପରେ ଜୋରଦାର୍ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ଶସ୍ୟର ଦାମ୍ ବଢ଼ିଯାଇଥିବା ଦେଖିବାକୁ ମିଳିଛି । ଯୁଦ୍ଧ କାରଣରୁ ଗହମ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟର ଦରଦାମ୍ ପାଇଛି ବୃଦ୍ଧି । ଏହାଦ୍ୱାରା ଯୋଗାଣରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଛି । ଯାହାଫଳରେ ଇନଫ୍ଲାମେସନ୍ ହେଉଛି ତେଣୁ ଏହାକୁ ଦୃଷ୍ଟିରେ ରଖି ଚେତାବନୀ ଦେଇଛନ୍ତି IMF । ଦୁନିଆବ୍ୟାପୀ ବିଭିନ୍ନ ଖାଦ୍ୟଶସ୍ୟର ଦରଦାମ୍ ବୃଦ୍ଧି ପାଇବ ବୋଲି ଚେତାବନୀ ଦିଆଯାଇଛି ।

IMF ମୁତାବକ, ମହଙ୍ଗାର ପ୍ରଭାବ ଖାସ୍ କରି ଗରିବ ପରିବାର ଗୁଡ଼ିକୁ ଉପରେ ବିଶେଷ ଭାବରେ ପଡ଼ିବ । କାରଣ ଖାଦ୍ୟ ଓ ଇନ୍ଧନର ଦରଦାମ୍ ବୃଦ୍ଧି ପାଇବ । ଆଉ ଯଦି ରୁଷ-ୟୁକ୍ରେନ ମ୍ୟରେ ଯୁଦ୍ଧ ଜାରି ରୁହେ ତାହେଲେ ଆର୍ଥିକ ସ୍ତରରେ କ୍ଷତି ଦିନକୁ ଦିନ ବୃଦ୍ଧି ପାଇ ଚାଲିବ । ରୁଷ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ବିଶ୍ୱ ଅର୍ଥନୀତି ଏବଂ ଆର୍ଥିକ ବଜାର ଉପରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ଏବଂ ଅନ୍ୟ ଦେଶକୁ ମଧ୍ୟ ଏହା ପ୍ରଭାବିତ କରିବ। ଅନେକ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଭଳି ସଙ୍କଟ ପୂର୍ବରୁ ରହିଛି ତାହା ଆହୁରି ଭବିଷ୍ୟତରେ ବଢ଼ିବ ।

Get real time updates directly on you device, subscribe now.