ହୋଲିରେ ଏହି ୫ଟି ବାସ୍ତୁ ଟିପ୍ସ ବଦଳାଇ ଦେବ ଭାଗ୍ୟ, ସୁଖ-ସମୃଦ୍ଧି ସହ ଧନର ହେବ ଆଗମନ

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖ ଶୁକ୍ରବାର ଦିନ ପାଳନ କରାଯିବ । ଭଳିକି ଭଳି ରଙ୍ଗର ସହିତ ଭକ୍ତି ଓ ସ୍ନେହରେ ଏହି ପର୍ବକୁ କାହିଁ କେଉଁ ଶତାବ୍ଦୀରୁ ପରମ୍ପରା ଆକାରରେ ପାଳନ କରି ଆସୁଛନ୍ତି ଲୋକେ । ଏହିଦିନ ଲୋକମାନେ ବନ୍ଧୁ, ପରିଜନ ଆଦିଙ୍କୁ ରଙ୍ଗ ଲଗାଇ ବଧେଇ ଜଣାନ୍ତି । ମିଠା ଓ ଏକାଧିକ ପ୍ରକାରର ମିଷ୍ଟାନ୍ନ ଖାଇ ପର୍ବଟିକୁ ସବୁ ବର୍ଷ ଧୁମଧାମ୍ ରେ ପାଳନ କରାଯାଏ ।

ତେବେ ଜ୍ୟୋତିଷଙ୍କ କହିବା କଥା ଯେ, ହୋଲି ଦିନ କିଛି ସହଜ ବାସ୍ତୁ ଉପାୟ ରହିଛି ଯାହା କୁ ଆପଣାଇବା ଦ୍ୱାରା ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିବ । ତାହେଲେ ଚାଲନ୍ତୁ ଜାଣିବା ହୋଲୀ ଦିନ କେଉଁ କେଉଁ ବାସ୍ତୁ ଟିପ୍ସ ଆପଣାଇବା ଦ୍ୱାରା ଘରକୁ ସୁଖ, ସମୃଦ୍ଧିର ଆଗମନ ହେବ ।

୧. ହୋଲି ଦିନ ଘରେ ଭଗବାନ ଶୀକୃଷ୍ଣ ଓ ରାଧାଙ୍କ ଫଟୋ ଘରକୁ ଆଣିବା ଦ୍ୱାରା ଖୁବ୍ ଶୁଭ ହୋଇଥାଏ । ଏହାକୁ ଆପଣ ନିଜ ପୂଜା ଘରେ କିମ୍ବା ବେଡରୁମ୍ ରେ ଲଗାଇପାରିବେ । ଏହାକୁ ଆପଣ ବାସ୍ତୁ ହିସାବରେ ଘରେ ଲଗାନ୍ତୁ ।

୨. କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଘର କିମ୍ବା କାର୍ଯ୍ୟସ୍ଥଳରେ ପୁର୍ବ ଦିଗରେ ଉଠୁଥିବା ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ । ଏପରି କରିବା ଦ୍ୱାରା ଭାଗ୍ୟଦୋୟ ହେବ ଓ ଜୀବନରେ ତମାମ ସମସ୍ୟା ଆପେ ଆପେ ଦୂର ହୋଇଯିବ ।

୩. ସେହିପରି ଗଛ ଘରକୁ ଗୁଡ୍ ଲକ୍ ନେଇଆସିଥାଏ । ହୋଲି ପରି ଶୁଭ ଅବସରରେ ଆପଣ ଘର କିମ୍ବା ବେଡରୁମ୍ ରେ ଗଛ ଆଣି ରଖିବା ଦ୍ୱାରା ଘରୁ ଗ୍ରହ ଦୋଷ ଦୂର ହେବ । ଆପଣ ତୁଳସୀ କିମ୍ବା ମନିପ୍ଲାଣ୍ଟ୍ ଅବା କୌଣସି ଇନଡୋର୍ ପ୍ଲାଣ୍ଟ୍ ଆଣି ଘରେ ଲଗାଇପାରିବେ ।

୪. ଘରର ଶୀର୍ଷରେ ଲଗାଯାଇଥିବା ପତାକାକୁ ବଦଳାଇବାର ସବୁଠୁ ଶୁଭ ଅବସର ହେଉଛି ହୋଲି । ଘରେ ଲାଗିଥିବା ପତାକା ମାନ-ସମ୍ମାନ, ସୁଖ-ସମୃଦ୍ଧି ଘରକୁ ଆଣିଥାଏ ।

୫. ହୋଲି ପର୍ବରେ ଗଣେଷ ଙ୍କ ପୁଜା କରିବା ଦ୍ୱାରା ପରିବାରକୁ ସୁଖ-ସମୃଦ୍ଧି ଆସିଥାଏ । ପରିବାର ସଦସ୍ୟଙ୍କ ଭାଗ୍ୟ ମଧ୍ୟ ବଦଳିଥାଏ ।