ନୂଆଦିଲ୍ଲୀ: ଜୁଭେନାଇଲ କୋର୍ଟଙ୍କ ଅଦ୍ଭୁତ ରାୟ । ଦୋଷୀ ସାବ୍ୟସ୍ତ କରି ମଧ୍ୟ ମିଳିଲାନି ଜେଲ କିମ୍ବା ଫାଶୀ ଦଣ୍ଡ ବରଂ ଶୁଣାଯାଇଛି ଏକ ଐତିହାସିକ ରାୟ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ନାବାଳିକାଙ୍କୁ ପ୍ରେମ ଏବଂ ବୁଝେଇ ତାଙ୍କୁ ନେଇ ଫେରାର ହୋଇଯିବା ମାମଲାରେ ଜଣେ କିଶୋରଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଝାଡଖଣ୍ଡ ଜୁଭେନାଇଲ କୋର୍ଟ । କେବଳ ଦେଷୀ ସାବ୍ୟସ୍ତ କରିନାହାନ୍ତି ଏହି କିଶୋରଙ୍କୁ ଦିଆଯାଇଛି ଅଦ୍ଭୁତ ଦଣ୍ଡ । ଜେଲ ଯିବା ପରିବର୍ତ୍ତେ ଅଭିଯୁକ୍ତ ଲଗାଇବେ ୫ଟି ଚାରା ଏବଂ ପିଲାମାନଙ୍କୁ ୨ ପ୍ୟାକେଟ ଶଟରକର୍କ ଦେବା ପାଇଁ କୋର୍ଟ ରାୟ ଦେଇଛନ୍ତି ।
ଜଣେ ନାବାଳିକାଙ୍କୁ ବିଭତ୍ସ କରି ଫେରାର ହୋଇଯିବା ଅଭିଯୋଗରେ ଗିରଫ ହୋଇଥିଲା ଜଣେ କିଶୋର । ଆଇପିସି ଧାରା ୩୬୩ ଅନୁଯାୟୀ ବାଳକକୁ ଦୋଷୀ ବିବେଚିତ କରାଯାଇ ବାଳ ସୁଧାର ଗୃହରେ ରଖାଯାଇଥିଲା । ଏହାପରେ କୋର୍ଟ ମାନ୍ୟବର ନ୍ୟାୟାଧୀଶ ମାମଲାର ରାୟ ଘୋଷଣା କରିଛନ୍ତି । ଦୋଷୀ ନ୍ୟାୟାଳୟ ପରିସରରେ ୫ଟି ଚାରାଗଛ ଲଗାଇବା ସହିତ ପିଲାମାନଙ୍କୁ ବ୍ୟାଡମିଣ୍ଟନ କର୍କ ଦେବାକୁ କୋର୍ଟରେ ରାୟ ଦେଇଛନ୍ତି ଜଜ୍ । ଗତ ୧୬ ଜାନୁୟାରୀ ୨୦୧୯ରେ ଆଇପିସି ଧାରା ୩୬୬(ଏ) ଅନୁସାରେ କିଶୋର ବାଳକ ବରୁଦ୍ଦରେ ମାମଲା ରୁଜୁ ହୋଇଥିଲା । ପୂର୍ବଦିନ ବାହାର ଆସି ଝିଅକୁ ଗରେ ପାଇ ନଥିଲେ ମାଆ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଜିଅକୁ ନ ପାଇବାରୁ ଜରମୁଣ୍ଡୀ ଥାନାରେ ଏଫଆଇଆର ରୁଜୁ କରିଥିଲେ ପରିବାର ଲୋକେ । ମୋବାଇଲ ନମ୍ବର ସାହାଯ୍ୟରେ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚି କିଶୋରକୁ ଗିରଫ କରିଥିଲା । ଏହି ମାମଲାର ଶୁରାଣି କରିବାକୁ ଯାଇ ନ୍ୟାୟଧୀଶ ଶୁଣାଇଛନ୍ତି ଏମିତି ଏକ ଅଜବ ଦଣ୍ଡ ।