fbpx

IPL 2022 ପାଇଁ ନିଜର ଲୁକ୍ ବଦଳାଇଲେ ମହେନ୍ଦ୍ର ସିଂହ ଧୋନୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୨ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ସିଏସକେ ଏବଂ ଉପ ବିଜେତା କୋଲକାତା ନାଇଟ୍ ରାଇଡର୍ସ। ଏଥିପାଇଁ ସିଏସକେ ଦଳ ନିଜର ଅଭ୍ୟାସ୍ ଆରମ୍ଭ କରି ଦେଇଛି।

ଏହି ସମୟରେ ଧୋନୀ ନୂତନ ଲୁକରେ ନଜର ଆସିଛନ୍ତି। ଧୋନୀଙ୍କୁ ଆଇପିଏଲ ୨୦୨୨ରେ ଭିନ୍ନ ରୂପରେ ଦର୍ଶକ ଦେଖିବାକୁ ପାଇବେ। ଏଥର ତାଙ୍କର ହେୟାର ଷ୍ଟାଇଲ୍ ଭିନ୍ନ ରହିଛି। ସାମାଜିକ ଗଣମାଧ୍ୟମରେ ଧୋନୀଙ୍କ ନୂଆ ଲୁକ୍ ଭାଇରାଲ୍ ହେବାରେ ଲାଗିଛି।

 

ଧୋନୀଙ୍କ ନେତୃତ୍ଵରେ ସିଏସଏକ ଗତଥର ଚାମ୍ପିଅନ ହୋଇଥିଲା। ଆଇପିଏଲ ୨୦୨୧ ଧୋନୀଙ୍କ ଶେଷ ଆଇପିଏଲ ବୋଲି ଅନୁମାନ କରାଯାଉଥିଲା। ହେଲେ ୨୦୨୨ରେ ସେ ପୁଣି ଥରେ ଚେନ୍ନାଇର ନେତୃତ୍ଵ ନେବାକୁ ଯାଉଛନ୍ତି। ୪୦ ବର୍ଷୀୟ ଧୋନୀ ୨୦୧୯ ଜୁଲାଇରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୨୦୨୦ ଅଗଷ୍ଟ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

Get real time updates directly on you device, subscribe now.