fbpx

ପରିଶ୍ରମ ବଳରେ ସୁବକିଛି ସମ୍ଭବ: ଅଟୋ ଚାଳକରୁ ମେୟର ହେଲେ ତାମିଲନାଡୁର ଏହି ବ୍ୟକ୍ତି (See Video)

କୁହାଯାଏ ଭାଗ୍ୟରେ ଯାହା ଥିବା ତାହାହିଁ ହେବ । ତାହାକୁ କହେି ଅଟକାଇପାରିବେନି । ଏଭଳି କିଛି ଘଟିଛି ଜଣେ ଅଟୋ ଚାଳକଙ୍କ ସହ । ଯିଏକି ଜଣେ ଅଟୋଚାଳକରୁ ପାଲଟିଯାଇଛନ୍ତି ମେୟର । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ସେହି ଅଟୋ ଚାଳକଙ୍କ ନାଁ କେ ସରଭାନାନ ବୟସ ତାଙ୍କର ୪୨ ବର୍ଷ ହେବ । କଂଗ୍ରେସ ଦଳରୁ ଡ଼େପୁଟି ପ୍ରେସିଡ଼େଣ୍ଟ ଏବଂ ଏବେ ସହରର ମେୟର । ତାମିଲନାଡ଼ୁର କୁମ୍ବାକୋନାମ ସହର ପୌର ନିଗମର ଏବେ ସେ ମେୟର ।

ସରଭାନନ ନିଜ ପରିଶ୍ରମରେ ସେ ସବୁ କିଛି ବଦଳାଇଛନ୍ତି ଜୀବନରେ । ଦିନ ଥିଲା ଗ୍ରାହକଙ୍କୁ ଯୋଗାଡ଼ କରିବାକୁ ରାସ୍ତାକଡ଼ରେ ଅଟୋ ଧରି ଛିଡ଼ା ହେଉଥିଲେ । ମୁଣ୍ଡରେ ରୁମାଲବାନ୍ଦି ଖରା ବର୍ଷାକୁ ଖାତିର ନକରି ଗ୍ରାହକଙ୍କୁ ଜଗିରହୁଥିଲେ । ଭଡ଼ା ହେଲେ ଦି ପଇସା ରୋଜଗାର ହେବ ଏବଂ ପରିବାରପୋଷଣ ହେବ । ଏହି ଭଳି କଷ୍ଟ ମଷ୍ଟେ ଟଙ୍କା ଯୋଗାଡ଼ କରି ୭ ବର୍ଷ ତଲେ ଗୋଟିଏ ଅଟୋ କିଣିଥିଲେ । ଆଉ ସେଥିରେ ପରିବାର ଚଳାଉଥିଲେ । ଏମିତି ଧୀରେ ଧୀରେ ଲୋକଙ୍କ ସେବା କରିବାକୁ ମନରେ ଆସିଲା । ଫଳରେ ସେ ରାଜନୀତିରେ ନିଜକୁ ଆପଣାଇଲେ । ଆଉ ଏବେ ସହରର ମେୟର । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.