fbpx

୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ମାଲକାନଗିରି ଏୟାରପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏୟାରପୋର୍ଟ କାର୍ଯ୍ୟକାରୀ ହେବ । ଏଥିପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଜମି ଓ ୩୩ ଏକର ଜଙ୍ଗଲ ଜମିର ଆବଶ୍ୟକତା ପଡ଼ିବ । ଏୟାରପୋର୍ଟ ପ୍ରତିଷ୍ଠା କରିବାକୁ ହେଲେ ୫୪ ପରିବାର ବିସ୍ଥାପିତ ହେବେ । ତେଣୁ ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଇତିମଧ୍ୟରେ ଏୟରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ୭ ଜଣିଆ ଟିମ୍ ପୁରୀ ଗସ୍ତ କରିଛନ୍ତି । ପ୍ରସ୍ତାବିତ ସିପସରୁବାଲି ଅଞ୍ଚଳର ୧୨ ଶହ ଏକର ଜମିରେ ବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଛି । ତେବେ ଏଠାରେ ବନ୍ଦର ନିର୍ମାଣ ହେଲେ ଯାତ୍ରୀମାନଙ୍କୁ କେଉଁ ପ୍ରକାରର ସୁବିଧା ସବୁ ମିଳିପାରିବ, ସେନେଇ ତଥ୍ୟ ସଂଗ୍ରହ କରିଛି ଟିମ୍ । ଏଥିସହ ଏଏଆଇର ଏହି ଟିମ୍ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Get real time updates directly on you device, subscribe now.