fbpx

ସୁମୀରେ ଫସିଥିବା ଭାରତୀୟଙ୍କୁ କରାଗଲା ଉଦ୍ଧାର: ହୋଇଛି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା

୧୪ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଲଗାତାର ଭାବରେ ୟୁକ୍ରେନ ଉପରେ ଋଷ କରିଚାଲିଛି ଆକ୍ରମଣ । ସେପଟେ ଋଷରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର । ଅପରେସନ ଗଙ୍ଗା ମାଧ୍ୟମରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ।

ଏହାରି ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ଆସିଛି ଏକ ଆଶ୍ୱସ୍ତିକର ଖବର ।ୟୁକ୍ରେନର ସୁମୀ ସହରରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ସୁମୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ପୋଲଟାଭା ପଠାଯାଇଛି । ସେଠାରେ ସେମାନଙ୍କୁ ଟ୍ରେନ ଯୋଗେ ପୂର୍ବ ୟୁକ୍ରେନ ପଠାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ସେଠାରୁ ଅପରେସନ ଗଙ୍ଗା ଅନୁଯାୟୀ ବିମାନ ଯୋଗେ ଭାରତ ନିଆଯିବ ।

ସେପଟେ ଏହି ଶେଷ ବ୍ୟାଚ ଭାରତୀୟଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଯୁଦ୍ଧାଞ୍ଚଳରୁ ୟୁକ୍ରେନର ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଏବଂ ଖୁବଶୀଘ୍ର ସେମାନେ ପଡ଼ୋଶୀ ରାଷ୍ଟ୍ରକୁ ଯାଇ ସେଠୁ ଭାରତ ଫେରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ । ନେପାଳ, ପାକିସ୍ତାନ, ବାଂଲାଦେଶ ନାଗରିକଙ୍କୁ ଭାରତ ଉଦ୍ଧାର କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Get real time updates directly on you device, subscribe now.