ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ରେଲୱେ ପକ୍ଷରୁ ଗୁରୁବାର ଦିନ ବଡ଼ ଘୋଷଣା କରାଯାଇଛି । ଏଣିକି ପୂର୍ବଭଳି ଟ୍ରେନରେ ଯାତ୍ରୀଙ୍କୁ ପରଦା, କମ୍ବଳ ଓ ଚଦର ମିଳିବ । କରୋନା ସଂକ୍ରମଣ ହ୍ରାସ ପରେ ରେଳବାଇ ପକ୍ଷରୁ ସେବା ଯୋଗାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ ଭିତରେ ଯାତ୍ରୀଙ୍କୁ ଏସବୁ ଯୋଗାଣ ଉପରେ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ ପୂର୍ବ ଅବଧି ଭଳି ଆବଶ୍ୟକ ଅନୁସାରେ ସେବା ପ୍ରଦାନ କରିବ ବିଭାଗ । ପୂର୍ବରୁ କରୋନା କଟକଣା ଯୋଗୁଁ ଏସବୁ ସେବା ବନ୍ଦ ରଖିଥିଲା ରେଳ ବିଭାଗ । ଖୁବଶୀଘ୍ର ଏହି ସେବାଗୁଡିକ ଆରମ୍ଭ କରିବାକୁ ରେଲୱେ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ କମ୍ବଳ ଓ ଚଦର ନମିଳୁଥିବା ସମୟରେ ଲୋକମାନେ ଏହାର ଦାବି କରୁଥିଲେ । ଏହି ସୁବିଧା ନମିଳିବାରୁ ଲୋକମାନଙ୍କୁ ଅନେକ ଅସୁବିଧା ହେଉଥିଲା । ଟ୍ରେନରେ ଏହି ସୁବିଧା ନମିଳିବାରୁ ଲୋକାମାନେ ବିମାନରେ ଯାତ୍ରା କରିବାକୁ ଉଚିତ୍ ଭାବୁଥିଲେ ।