ପାରାଦୀପ: ପାରାଦୀପ ଢିଙ୍କିଆ ମାମଲାକୁ ନେଇ ହାଇକୋର୍ଟଙ୍କ ଆଦେଶ । କମିଟିଙ୍କ ଢିଙ୍କିଆ ଜନଶୁଣାଣି ବେଳେ ଗଣ୍ଡଗୋଳ ମାମଲାକୁ ନେଇ ଆଦେଶ ଦେଲେ ହାଇକୋର୍ଟ । ସତ୍ୟପାଠ ଜରିଆରେ ଅଭିଯୋଗ ଦାଖଲ ପାଇଁ ଅନୁମତି ଦେଲେ ହାଇକୋର୍ଟ । କମିଟି ସମ୍ମୁଖକୁ ଆସିପାରିନଥିବା ଲୋକମାନଙ୍କୁ ସତ୍ୟପାଠରେ ଜଣାଇବାକୁ କହିଛନ୍ତି ଉଚ୍ଚନ୍ୟାୟାଳୟର ନ୍ୟାୟଧୀଶ । ଏହାସହିତ କୌଣସି ଆପତ୍ତି ଥିଲେ ସତ୍ୟପାଠରେ ଏହାକୁ ଉଲ୍ଲେଖ କରିପାରିବେ ବୋଲି ହାଇକୋର୍ଟ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ଢିଙ୍କିଆ ଗଣ୍ଡଗୋଳ ମାମଲାରେ ପୁଣି ହସ୍ତାନ୍ତର କରିଛନ୍ତି ମାନ୍ୟବର ହାଇକୋର୍ଟ । ଅଭିଯୋଗ ପାଇଁ ସତ୍ୟପାଠକୁ ଉଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି । ଗତ ୫ ତାରିଖରେ ଅନେକ ଲୋକ କମିଟି ପାଖକୁ ଆସି ନିଜ ଅଭିଯୋଗ ଜଣାଇ ପାରି ନଥିବାର ଅଭିଯୋଗ ହୋଇଥିଲା । ଏହାପରେ ହାଇକୋର୍ଟ ଆଜି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଅଭିଯୋଗ କରିବାକୁ ଚାହୁଁଥିବା ଲୋକମାନେ ସତ୍ୟପାଠ ଜରିଆରେ ନିଜ ନିଜ ଅଭିଯୋଗ ଦାଖଲ କରିପାରିବେ । ତେବେ କୌଣସି କାରଣ ବଶତଃ କିମ୍ବା କୌଣସି ଆପତ୍ତି ଥିଲେ ଏହାକୁ ସତ୍ୟପାଠରେ ଉଲ୍ଲେଖ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଜାନୁୟାରୀ ୧୪ ତାରିଖରେ ଢିଙ୍କିଆ ଅଞ୍ଚଳରେ ହୋଇଥିବା ଗଣ୍ଡଗୋଳକୁ ନେଇ ଏସ.ପିଙ୍କୁ ହାଇକୋର୍ଟ ରିପୋର୍ଟ ମାଗିଛନ୍ତି । ଗିରଫ କରାଯାଇଥିବା ବ୍ୟକ୍ତିମାନଙ୍କୁ କାହିଁକି ଏବଂ କେଉଁ ଦଫାରେ ଗିରଫ କରାଯାଇଛି ସେ ସମସ୍ତ ନେଇ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ଏହି ମାମଲାର ଆସନ୍ତା ଶୁଣାଣି ଏପ୍ରିଲ ୭ ତାରିଖରେ ହେବ ବୋଲି ଜଣାଯାଇଛି ।