‘ବଚ୍ଚନ ପାଣ୍ଡେ’ ଲୁକରେ ପୁଣି ବାହାରକୁ ଆସିଲେ ଖିଲାଡି ଷ୍ଟାର: କ୍ରିତି ସାନନଙ୍କ ସହ ଏହି ସ୍ଥାନରେ ପହଞ୍ଚିଲେ ଅକ୍ଷୟ କୁମାର
ନୂଆଦିଲ୍ଳୀ: ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ବଚ୍ଚନ ପାଣ୍ଡେ । ମାର୍ଚ୍ଚ ୧୮ ତାରିଖରେ ହୋଲି ଅବସରରେ ସିନେମା ଘରେ ରିଲିଜ ହେବ ଏହି ଚଳଚ୍ଚିତ୍ର । ତେଣୁ ବିଭିନ୍ନ ସ୍ଥାନରେ ଏହାର ପ୍ରମୋସନ ମଧ୍ୟ ଜୋରଦାର ଚାଲୁ ରହିଛି । ମୁମ୍ବାଇର ନେସନାଲ ମ୍ୟୁଜିୟମ ଅଫ ଇଣ୍ଡିଆନ ସିନେମାର ଏକ ସ୍ୱତନ୍ତ୍ର ଆୟୋଜନରେ ପହଞ୍ଚିଥିଲେ ଅକ୍ଷୟ କୁମାର, କ୍ରିତି ସାନନ ଏବଂ ଜ୍ୟାକଲିନ । କରୋନା ସଂକ୍ରମଣ ହ୍ରାସ ପରେ ଏବେ ପୁଣି ଥରେ ଦର୍ଶକଙ୍କ ପାଇଁ ଖୋଲିଛି NMIC ।
ଏଠାକୁ ଆସିବା ସମୟରେ ଅକ୍ଷୟ ଚଳଚ୍ଚିତ୍ରର ବଚ୍ଚନ ପାଣ୍ଡେ ଲୁକରେ ନଜର ଆସିଥିଲେ । ତାଙ୍କ ସହିତ ଜ୍ୟାକଲିନ ଏବଂ କ୍ରିତି ସାନନ ମଧ୍ୟ ଫିଲ୍ମର ପ୍ରମୋସନ ପାଇଁ ଏଠାରେ ପହଞ୍ଚିଥିଲେ । ଏକ ବ୍ୟାଡ ବୟର ଚରିତ୍ରରେ ଏହି ଫିଲ୍ମରେ ନଜର ଆସିବେ ଖିଲାଡି ଷ୍ଟାର । ତାଙ୍କର ଏହି ଲୁକକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଏହି ଫଟୋ ଏବେ କୁବ ଭାଇରାଲ ହେବାରେ ଲାଗିଛି ।