fbpx

ଅନାଥ ଝିଅର ବିବାହ କରାଇଲେ ଆଇଏଏସ୍‌ ଅଫିସର, ସୁନାମିରେ ମା’- ବାପାକୁ ହରାଇଥିଲେ ସୌମ୍ୟା

ତାମିଲନାଡୁର: ଅନାଥ ଝିଅ ବିବାହ କରାଇଲେ ଆଇଏଏସ୍ ଅଫିସ । ସମାଜ ପାଇଁ ସାଜିଲେ ଉଦାହରଣ। ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାରୁ ସୁଅ। ଏଭଳି ଘଟଣା ଘଟିଛି ତାମିଲନାଡ଼ୁର ନାଗାପଟ୍ଟିନମ୍ ଜିଲ୍ଲାରେ। ବାହାଘର ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ସୁନାମିର ତାଣ୍ଡବ ସବୁକିଛି ଧ୍ୱଂସ ବିଧ୍ୱଂସ କରିଦେଇଥିଲା । ଛାଇଯାଇଥିଲା ହତାସ ଆଉ ହାହାକାର ପରିବେଶ । କିଏ ଘର ହରେଇଥିଲା ତ କିଏ ପରିବାର । କିଏ ବାପା ମାଆଙ୍କୁ ହରେଇଥିଲା ତ କିଏ ପ୍ରିୟଜନଙ୍କୁ । ଲୁହର ନୀରବତା, କୋହର ଚିତ୍କାର ଭିତରୁ ଶୁଭୁଥିଲା ୫ବର୍ଷର ଝିଅ ସୌମ୍ୟାର ସ୍ୱର । ସୁନାମିରେ ବାପା ମାଆଙ୍କୁ ହରାଇଥିଲା ସୌମ୍ୟା । ଭଙ୍ଗା ଘର କଡରେ ବସି କାନ୍ଦୁଥିଲା । ସେ ସମୟରେ ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ଆଇଏଏସ୍‌ ଅଫିସର ଡକ୍ଟର.ଜେ ରାଧାକ୍ରିଷ୍ଣନ୍‌ । କୁନି ଝିଅ ସୌମ୍ୟା । ସୁନାମି କ୍ଷତିଗ୍ରସ୍ତ ତାମିଲନାଡୁର ନାଗାପଟ୍ଟିନମ୍‌ ଜିଲ୍ଲାରେ ଘଟିଥିବା ସୁନାମିର ସାମ୍ନା କରିଥିଲା ସେ । ବାପା ମାଆଙ୍କୁ ହରାଇ ଅନାଥ ହୋଇଯାଇଥିବା ସୌମ୍ୟାଙ୍କୁ ନେଇ ରାଜ୍ୟ ସରକାରଙ୍କ କେୟାର ହୋମ୍‌ରେ ରଖିଥିଲେ ରାଧାକ୍ରିଷ୍ଣନ୍‌ । ସେତେବେଳେ ସେହି କେୟାର ହୋମ୍‌ର ଦାୟିତ୍ୱ ରାଧାକ୍ରିଷ୍ଣନ୍‌ ନେଉଥିଲେ । ସେଠାରେ ସେ ସୌମ୍ୟାଙ୍କୁ ରଖି ତାଙ୍କର ଯତ୍ନ ନେଲେ ଏବଂ ପାଠ ପଢାଇଲେ । ବଡ ହେଲେ ସୌମ୍ୟା । ଅନାଥ ଝିଅରୁ ସୁନା ଝିଅ ।ନିକଟରେ ସୌମ୍ୟାଙ୍କର ବିବାହ ହୋଇଛି । ରାଧାକ୍ରିଷ୍ଣନ ସୌମ୍ୟାଙ୍କ ବିବାହ ବଡ ଧୁମ୍‌ ଧାମ୍‌ରେ କରିଛନ୍ତି ।

ସୌମ୍ୟାଙ୍କ ବିବାହକୁ ନେଇ ରାଧାକ୍ରିଷ୍ଣନ୍‌ କୁହନ୍ତି, ସୌମ୍ୟା କେବେଳ ମୋ ଝିଅ ନୁହେଁ, ନାଗାପଟ୍ଟିନମ୍‌ର ଝିଅ । ଆଜି ତାକୁ ବିବାହ କରୁଥିବା ଦେଖି ମୁଁ ବହୁତ ଖୁସି । ତାଙ୍କ ଆଖିରେ ଖୁସିର ଲୁହ । ରାଧାକ୍ରିଷ୍ଣନ୍‌ ସୌମ୍ୟାଙ୍କୁ ବିବାହ କରାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଲୋକେ ତାଙ୍କର ମହତ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.