fbpx

IPL ପୂର୍ବରୁ ଧୋନୀଙ୍କୁ ଆଶ୍ୱସ୍ତି: ଦଳରେ ଯୋଗ ଦେଲେ ଚେନ୍ନାଇର ଏହି ସୁପରଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ନଜର ରହିଛି IPL ୨୦୨୨ ଉପରେ । କାରଣ ଚଳିତ ସିଜନ ଖୁବ ଦମଦାର ହେବ ବୋଲି ସମସ୍ତଙ୍କ ଆଶା ରହିଛି । ସିଜନର ପ୍ରଥମ ମ୍ୟାଚ ଆସନ୍ତା ୨୬ ତାରିଖରୁ ହେବାକୁ ଯାଉଛି । ପ୍ରଥମ ମ୍ୟାଚ କୋଲକାତା ବିରୁଦ୍ଦରେ ଥିବା ବେଳେ ଚେନ୍ନାଇ ପାଇଁ ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ବଢିଛି ଚିନ୍ତା । କିନ୍ତୁ ଏବେ ସେହି ଚିନ୍ତାରୁ ସାମାନ୍ୟ ମୁକ୍ତି ପାଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଦଳର ଜଣେ ଷ୍ଟାର ଖେଳାଳି ଏବେ ଟିମ ସହିତ ଯୋଡି ହୋଇଥିବା ନେଇ ସୂଚନା ମିଳିଛି ।

କିଛି ଦିନରୁ ଆହତ ସମସ୍ୟା ସହିତ ଲଢୁତିବା ଦଳର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ଦଳକୁ କମବ୍ୟାକ କରିଛନ୍ତି । NCAର ଫିଟନେସ ଟେଷ୍ଟ ପାସ କରିବା ପରେ ଚେନ୍ନାଇ କ୍ୟାମ୍ପରେ ପହଞ୍ଚିଛନ୍ତି ଋତୁରାଜ । ସୁରାଟରେ ଅଭ୍ୟାସ କରୁଥିବା ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହୋଇଛନ୍ତି ୨୦୨୧ ସିଜନର ଏହି ସୁପରକିଙ୍ଗ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଅଭ୍ୟାସ ସମୟରେ ଆହତ ଋତୁରାଜ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରୁ ଜଣା ପଡୁଥିଲା ଯେ, ସେ ଲିଗର ପ୍ରଥମ ପର୍ଯ୍ୟାୟ ଖେଳିବାରେ ଅସମର୍ଥ ହୋଇ ପାରନ୍ତି । କିନ୍ତୁ ପୂର୍ବରୁ ପେରି ଆସିବା ପରେ ଧୋନୀଙ୍କ ପାଇଁ ଗୋଟିଏ ଚିନ୍ତାରୁ ମୁକ୍ତି ମିଳିଛି । ସେପଟେ ଷ୍ଟାର ବୋଲର ଦୀପକ ଚହର ଏବଂ ସ୍ପିନର ମହୀଷ ତକ୍ଷୀଣା ଏବେ ମଧ୍ୟ ଆହତ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ।

Get real time updates directly on you device, subscribe now.