fbpx

୭.୧ ରିକ୍ଟର ତୀବ୍ର ଭୂମିକମ୍ପରେ ଥରିଲା ଦେଶ: ୨୦ ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ବିଚ୍ଛିନ୍ନ

ଟୋକିଓ: ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନର ରାଜଧାନୀ ଟୋକିଓ । ଆଜି ଭୂମିକମ୍ପର ଝଟକାରେ ଜାପାନ ରାଜଧାନୀ ଥରହର ହୋଇ ଉଠିଛି । ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜିର ରିପୋର୍ଟ ଅନୁଯାୟୀ, ସହରର ଉତ୍ତର-ପୂର୍ବରେ ୨୯୭ କିଲୋମିଟର ଦୂରରେ ୭.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ୮.୦୬ଘଟିକା ସମୟରେ ଏହି ତୀବ୍ର ଭୂକମ୍ପର ଝଟକାରେ ଥରି ଉଠିଛି ଟୋକିଓ ସହର । ଭୂକମ୍ପର ଏହି ତୀବ୍ର ତାଣ୍ଡବ ପରେ ଉପକୂଳର କିଛି ଅଂଶକୁ ସୁନାମି ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା ।

ସୂଚନା ଅନୁଯାୟୀ, ଭୂକମ୍ପ ଜାପାନର ଫୁକୁସିମା ଅଞ୍ଚଳରେ ୬୦କିଲୋମିଟର ଗଭୀରରୁ କେନ୍ଦ୍ରୀଭୂତ ହୋଇଥିଲା । ତେଣୁ ଭୂକମ୍ପର ତୁରନ୍ତ କିଛି ସମୟ ପରେ ପୂର୍ବୋତ୍ତର ତଟର କିଛି ଇଲାକାରେ ୧ ମିଟର ସୁନାମି ପାଇଁ ଚେତାବନୀ ମଧ୍ୟ ଦିଆଯାଇଥିଲା । ତେବେ ଭୂମିକମ୍ପର ପ୍ରଭାବରେ କୌଣସି ଧନଜୀବନ କ୍ଷତି ହୋଇ ନଥିବା ବେଳେ ୨୦ ଲକ୍ଷ ଘରୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି । ତେବେ ଟୋକିଓ ସହରର ସବୁଠୁ ଅଧିକ ୭ ଲକ୍ଷ ଘର ବିଦ୍ୟୁତ ଯୋଗାଣରୁ ବଞ୍ଚିତ ହୋଇଛନ୍ତି ।

କେବଳ ଜାପାନ ନୁହେଁ, ଭାରତର ଲଦାଖରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଜାପାନ ତୁଳନାରେ ଭାରତରେ ଝଟକା ସାମାନ୍ୟ କମ ରହିଥିଲା । ଭାରତରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.