fbpx

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଆଳୁ: ଭୋଗିପାରନ୍ତି ଏପରି ସମସ୍ୟା

ନୂଆଦିଲ୍ଲୀ: ଆଳୁ ଏପରି ଏକ ପରିବା, ଯାହା ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ ଓ ସମସ୍ତେ ଏହାକୁ ପ୍ରତିଦିନ ଖାଇବାରେ ବ୍ୟବହାର କରନ୍ତି । ଆଳୁ ଅଧିକାଂଶ ପନିପରିବା ସହିତ ମିକ୍ସ କରି ରୋଷେଇ କରାଯାଏ , କାହିଁକି ନା ଆଳୁ ଖାଇବାରେ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆଳୁରେ ଭିଟାମିନ୍ ଏ, ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ ଏବଂ ଆଇରନ୍ ଭଳି ଅନେକ ଉପକାରୀ ପୋଷକ ତତ୍ତ୍ୱ ଭରପୂର ରହିଛି । ଏହା ସହିତ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଗ୍ଲୁକୋଜ୍ ଏବଂ ଆମିନୋ ଏସିଡ୍ ର ପରିମାଣ ମଧ୍ୟ ମିଳିଥାଏ । ଆୟୁର୍ବେଦରେ କୁହାଯାଇଛି ଯେ, ଆଳୁରେ ଅନେକ ଔଷଧୀୟ ଗୁଣ ଥାଏ, ଯାହା ଅନେକ ସମସ୍ୟା ଦୂର କରିଥାଏ । କିନ୍ତୁ କିଛି ସମସ୍ୟାରେ ଆଳୁ ଖାଇବା ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସମସ୍ୟାରେ ଆଳୁ ଖାଇବା ଉଚିତ୍ ନୁହେଁ …

ଏସିଡିଟି
– ଆଳୁ ଖାଇବା ଏସିଡିଟିରେ କ୍ଷତିକାରକ ବୋଲି ଧରାଯାଏ । ଯଦି ଆପଣ ନିୟମିତ ଭାବରେ ଆଳୁ ଖାଆନ୍ତି, ତେବେ ଏହି କାରଣରୁ ଏସିଡିଟି ସମସ୍ୟା ଆହୁରି ବଢ଼ିପାରେ । ଏହା ବ୍ୟତୀତ ଆଳୁ ଖାଇବା ଦ୍ୱାରା ଗ୍ୟାସ ସୃଷ୍ଟି ହେବାର ସମସ୍ୟା ମଧ୍ୟ ହୋଇପାରେ । ଆଳୁକୁ ଅଧିକ ମାତ୍ରାରେ ଖାଇବା କାରଣରୁ କିଛି ଲୋକଙ୍କୁ ଫୁଲିବା ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ । ଯେଉଁଥିପାଇଁ ଡାକ୍ତରମାନେ ଏସିଡିଟିରେ ଆଳୁ ଖାଇବାକୁ ମନା କରନ୍ତି ।

ଡାଇବେଟିସ୍
– ଡାଇବେଟିସ୍ ରୋଗୀମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଯେଉଁମାନେ ଟାଇପ୍-୨ ଡାଇବେଟିସ୍ କିମ୍ବା ହାଇ ବ୍ଲଡ ସୁଗାରରେ ପୀଡିତ, ସେମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ବ୍ଲଡ ପ୍ରେସର
– ବ୍ଲଡ ପ୍ରେସର ରୋଗୀମାନେ ମଧ୍ୟ ସନ୍ତୁଳିତ ପରିମାଣରେ ଆଳୁ ଖାଇବା ଉଚିତ୍ । ଅଧିକ ଆଳୁ ଖାଇବା ଦ୍ୱାରା ହାଇ ବ୍ଲଡପ୍ରେସର ହୋଇପାରେ । ତେଣୁ ଏହିପରି ଲୋକମାନେ ଅଳ୍ପ ପରିମାଣରେ ଆଳୁ ଖାଇବା ଉଚିତ୍ ।

ମୋଟାପଣ
– ଯେଉଁମାନଙ୍କର ଓଜନ ଶୀଘ୍ର ବଢ଼ିଯାଉଛି, ସେମାନେ ଆଳୁ ଖାଇବା ନଖାଇବା ଉଚିତ୍ । ମୋଟାପଣ ସମସ୍ୟାରେ ଆଳୁ ବହୁତ କ୍ଷତିକାରକ ହୋଇଥାଏ । ଆଳୁରେ ବହୁତ ପରିମାଣରେ କାର୍ବସ୍ ଥାଏ, ଯେଉଁଥିପାଇଁ ଓଜନ ଦ୍ରୁତ ଗତିରେ ବଢ଼ାଇଥାଏ । ଯଦି ଆପଣ ମୋଟାପଣ ହ୍ରାସ କରିବାକୁ ଚାହାଁନ୍ତି, ତାହେଲେ ଆଳୁ ବହୁତ କମ୍ ପରିମାଣରେ ଖାଆନ୍ତୁ ।

Get real time updates directly on you device, subscribe now.