fbpx

କେମିକାଲ ମିଶ୍ରିତ ରଙ୍ଗ ଆପଣଙ୍କ ଚର୍ମ ଓ କେଶକୁ କ୍ଷତି କରିଥାଏ, ତେଣୁ ସୁରକ୍ଷିତ ରହିବା ପାଇଁ ହୋଲି ଖେଳିବା ପୂର୍ବରୁ ଏହି ୧୦ଟି ପଏଣ୍ଟ ଫଲୋ କରନ୍ତୁ

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିବାକୁ କିଏ ବା ନ ଚାହେଁ । ହୋଲିରେ ଖୁସି ମନାଇବାକୁ ଯାଇ ଅଧିକାଂଶ ଲୋକ ଏହାର ନକାରାତ୍ମକ ଦିଗ ପ୍ରତି ଗୁରୁତ୍ୱ ଦେଇ ନଥାନ୍ତି । ରଙ୍ଗରେ ଥିବା କେମିକାଲ ଆମର କେଶ ଓ ଚର୍ମକୁ ବହୁତ କ୍ଷତି ପହଞ୍ଚାଇଥାଏ । ତେଣୁ ଆପଣ ହୋଲି ଖେଳିବା ପୂର୍ବରୁ ଏହି ୧୦ଟି ଟିପ୍ସକୁ ଧ୍ୟାନରେ ରଖନ୍ତୁ ।

୧- ହୋଲି ଖେଳିବା ପୂର୍ବର ଆପଣ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ରଖୁଥିବା ଏକ ପୋଷାକ ପରିଧାନ କରନ୍ତୁ । ଏହା ଫଳରେ ଶରୀରରେ ରଙ୍ଗ କମ୍ ଲାଗିବ ।

୨- ଶରୀରର ଯେଉଁ ସ୍ଥାନ ଖୋଲା ରହୁଛି ଉକ୍ତ ସ୍ଥାନରେ କୋଲ୍ଡ କ୍ରିମ କିମ୍ବା ତେଲ ଲଗାନ୍ତୁ । ତେଲିଆ ତ୍ୱଚାରେ ରଙ୍ଗ ଲାଗିଲେ ସହଜରେ ଛାଡ଼ିଯିବ ।

୩- ଯଦି ଆପଣ ଖରାରେ ହୋଲି ଖେଳୁଛନ୍ତି, ତେବ ଟୋନିଂରୁ ବର୍ତ୍ତିବା ପାଇଁ ୱାଟରପ୍ରୁଫ ସନକ୍ରିମ୍ ଲଗାନ୍ତୁ ।

୪- ଖେଳିବା ପୂର୍ବରୁ ପ୍ରଚୁର ପାଣି ପିଅନ୍ତୁ । ଏହାଫଳରେ ତ୍ୱଚାର କୋମଳତା ବଜାୟ ରହେ । ଡ୍ରାଏ ସ୍କ୍ରିନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

୫- ହୋଲି ଖେଳିବା ସମୟରେ ସାଧାରତଃ ଓଠ ଓ କାନ ଖୋଲା ରହିଥାଏ । ଏହି ଦୁଇ ଅଙ୍ଗରେ ଲିପ୍ ବାମ ଲଗାଇଲେ ତାହା ସୁରକ୍ଷିତ ରହିବ ।

୬- ଯଦି ଖେଳିବା ସମୟରେ କୌଣସି ଅଙ୍ଗରେ ଜ୍ୱଳନ୍ତ ହୁଏ, ତେବେ ତୁରନ୍ତ ସେ ସ୍ଥାନରେ ଠଣ୍ଡା ପାଣି ଲଗାନ୍ତୁ ।

୭- ଖେଳିବା ପୂର୍ବରୁ କେଶରେ ଭଲ ଭାବେ ତେଲ ଲଗାନ୍ତୁ । ଫଳରେ ତାହା କେମିକାଲରୁ ରକ୍ଷା ପାଇପାରିବେ ।

୮- ଆଖିକୁ ସୁରକ୍ଷିତ ରଖିବା ପାଇଁ ସନଗ୍ଲାସ ବା ଗ୍ଲେୟର୍ସ ପିନ୍ଧିବା ଭଲ । ଯଦି ଆଖରେ ରଙ୍ଗ ଲାଗେ, ତେବେ ସଙ୍ଗେସଙ୍ଗେ ଜଳରେ ଧୋଇ ଦିଅନ୍ତୁ ।

୯- ଯଦି ସମ୍ଭବ ହୁଏ ଅର୍ଗାନିକ ରଙ୍ଗରେ ହୋଲି ଖେଳନ୍ତୁ । ଏହା ଆପଣଙ୍କ ଆଖି, କେଶ ଓ ଚର୍ମର କିଛି ବି କ୍ଷତି କରିବ ନାହିଁ ।

୧୦- ଖେଳି ସାରିବା ପରେ କେମିକାଲ ଯୁକ୍ତ ରଙ୍ଗକୁ ହାତରେ ଭଲ ଭାବେ ଛଡ଼ାନ୍ତୁ । ତା’ପରେ ଖାଇବାକୁ ଯାଆନ୍ତୁ । କୋଭିଡ୍ ସମୟରେ ଏଥିପ୍ରତି ଗୁରୁତ୍ୱ ଦେବା ନିହାତି ଜରୁରୀ ।

Get real time updates directly on you device, subscribe now.