fbpx

ମୁଦ୍ରାସ୍ଫୀତି ପାଇଁ ବଢିଲା ଡିଜେଲ ଦର, ରିଟେଲ କମ୍ପାନୀ ଉପରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ: ଲିଟର ପିଛା ୨୫ଟଙ୍କା ମହଙ୍ଗା ପଡିବ ଡିଜେଲ । ଆନ୍ତର୍ଜାତୀୟ ସ୍ତରରେ ଆଶୋଧିତ ତେ÷ଳର ମୂଲ୍ୟ ୪୦ ଶତକଡା ବଢିବା ପରେ ଏହିପରି ପଦକ୍ଷେପ ନିଆଯାଇଛି । ତେବେ ଏହା ଫଳରେ ପେଟ୍ରେଲ ପମ୍ପରେ ବିକ୍ରି ମୂଲ୍ୟ ଉପରେ ପ୍ରଭାବ ପଡିବ ନାହିଁ ବୋଲି ଜଣାଯାଇଛି । ତେବେ ଚଳିତ ମାସ ପେଟ୍ରେଲ ପମ୍ପରେ ତେ÷ଳ ବିକ୍ରି ୨୦ ଶତକଡା ବୃଦ୍ଧି ପାଇଛି ।

ବସ୍ ଫ୍ଲାଇଟ ଏବଂ ମଲ୍ ପରି କମ୍ପାନୀ ପେଟ୍ରେଲ ପମ୍ପରୁ ଇନ୍ଧନ କିଣିଛନ୍ତି । କିନ୍ତୁ ସାଧାରଣ ସମୟରେ ଏମାନେ ସିଧାସଳଖ ପେଟ୍ରୋଲିୟମ କମ୍ପାନୀରୁ ଇନ୍ଧନ କିଣିଥାନ୍ତି । ଏହାଦ୍ୱାରା ରିଟେଲ କମ୍ପାନୀଗୁଡିକ ଅତ୍ୟଧିକ କ୍ଷତିର ସମ୍ମୁକୀନ ହୋଇଛନ୍ତି । କିନ୍ତୁ ଡିଜେଲ ଦର ବଢିବା ଦ୍ୱାରା ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି ନାୟାରା ଏନର୍ଜି , ଜିଓ ବିପି ଏବଂ ସେଲ ପରି ଅନ୍ୟାନ୍ୟ କମ୍ପାନୀ । ବର୍ଦ୍ଧିତ ଦର ପାଇଁ ଆର୍ଥିକ ଦୃଷ୍ଟିରୁ ପେଟ୍ରୋଲ ପମ୍ପକୁ ଚଳାଇବା କଷ୍ଟସାଧ୍ୟ ହୋଇ ପଡୁଛି । ୧୩୬ ଦିନରୁ ଇନ୍ଧନ ବିକ୍ରି ହେଉନଥିବାରୁ ଏହାକୁ ବନ୍ଦ କରିବା ଏକ ବିକଳ୍ପ ହୋଇ ପଡିଛି । ତେବେ ୨୦୦୮ ମସିହାରେ ବିକ୍ରି କମିବାରୁ ମୋଟ ୧୪୩୨ଟି ପେଟ୍ରେଲ ପମ୍ପ ବନ୍ଦ କରିଦେଇଥିଲା ରିଲାଏନ୍ସ କମ୍ପାନୀ । ପୁଣି ଏବେ ବଜାର ସମାନ ପରିସ୍ଥିତି ଆଡକୁ ଗତି କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମୁମ୍ବାଇରେ ବର୍ତ୍ତମାନ ପ୍ରତି ଲିଟର ପିଛା ୧୨୨.୦୫ ଟଙ୍କା ଡିଜେଲ ଦର ରହିଥିବା ବେଳେ ପେଟ୍ରୋଲ ପମ୍ପରେ ୯୪.୧୪ ଟଙ୍କା/ଲିଟର ବିକ୍ରି ହେଉଛି ଡିଜେଲ । ସେହିପରି ଦିଲ୍ଲୀରେ ଡିଜେଲ ଦର ୮୬.୬୭ ଟଙ୍କାରେ ପହଞ୍ଚିଛି । ତେବେ ସାଧାରଣ ଗ୍ରାହକଙ୍କ ନିମନ୍ତେ ଏହି ଦର ଲିଟର ପିଛା ୧୧୫ ଟଙ୍କା ରହିଛି ।

Get real time updates directly on you device, subscribe now.