fbpx

ଆସିଗଲା ଆମ୍ବର ସିଜନ: ଏହି ଋତୁରେ ଫସଲର ନିଅନ୍ତୁ ଏମିତି ଯତ୍ନ, ଭଲ ଉତ୍ପାଦନ ସାଙ୍ଗକୁ ମିଳିବ ପ୍ରଚୁର ଲାଭ

ଅନେକ ସମୟରେ ପ୍ରକୃତିର କିଛି ଅନିୟମିତତା ପାଇଁ ନଷ୍ଟ ହୋଇଯାଏ ହସି ଖେଳି ଉଠୁଥିବା ସବୁଜ କ୍ଷେତ । ଚଳିତ ବର୍ଷ ଯେପରି ଆମ୍ବ ଏବଂ ଅଙ୍ଗୁର ଉତ୍ପାଦନ ଖୁବ ପ୍ରଭାବିତ ହୋଇଛି । ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପାଇଁ କୃଷକଙ୍କ ସମସ୍ତ ଚେଷ୍ଟାକୁ ବିଗାଡି ଦେଇଛି ଅଦିନିଆ ବର୍ଷା । ତେବେ ଏହାକୁ ଦେଖି କୃଷି ବେଜ୍ଞାନିକମାନେ ଚାଷୀଙ୍କୁ ଆମ୍ବ ଚାଷ କରିବା ପୂର୍ବରୁ କିଛି ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଅଧିକ ଉତ୍ପ୍ରାଦନ ସାଙ୍ଗକୁ ଲାଭବାନ ହୋଇପାରିବେ ଚାଷୀ । ତେବେ ଆସନ୍ତୁ ଜାଣିବା ଆମ୍ବ ଫସଲ କରିବା ପୂର୍ବରୁ କେଉଁ ସବୁ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ ଏବଂ କେଉଁ ଉପାୟରେ ଅଧିକ ଫସଲ ଉତ୍ପାଦନ କରି ହେବ ।

How to manage nutrient application in mango cultivation?

ଆମ୍ବର ଉନ୍ନତ କିସମ:

ଆମ୍ବ ଚାଷ କରିବା ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ମୃତ୍ତିକା, ଜଳବାୟୁ ଏବଂ କିସମ । ଉତ୍ତମ ଜଳ ନିଷ୍କାସନ ଏବଂ ଗୁଣାତ୍ମକ କୃଷି ଜମି ଦ୍ୱାରା ଭଲ ଫସଲ ଅମଳ କରାଯାଇ ପାରିବ । ଆମ୍ବ ଚାଷ କରିବା ପାଇଁ ସବୁଠୁ ଭଲ କିସମ ଗୁଡିକ ହେଉଛି ହାପୁସ, କେଶର, ରତ୍ନା, ସିନ୍ଧୁ, କୋଙ୍କଣ ରୁଚି, କୋଙ୍କଣ ରାଜା, ସୁବର୍ଣ୍ଣା । ଏହାସହିତ ସମ୍ରାଟ, ପୟାରୀ, ଲଙ୍ଗଡା, ବନରାଜ ମଧ୍ୟ ଏହି ଚାଷ ପାଇଁ ଖୁବ ଲାଭଦାୟକ କିସମ ହୋଇଥାଏ । ମହାରାଷ୍ଟ୍ରରେ ହାପୁସ ଆମ୍ବ ଉତ୍ପାଦନ କରାଯାଉଥିବାରୁ ଏହାକୁ ଆମ୍ବ ଉତ୍ପାଦନରେ ଏହା ଏକ ଧନୀ ରାଜ୍ୟ ହୋଇ ପାରିଛି ।

କେଉଁ ଜିନିଷର ଧ୍ୟାନ ରଖିବେ:

ଦୋମଟ ମୃତ୍ତିକା ଆମ୍ବ ଉତ୍ପାଦନ ପାଇଁ ସବୁଠୁ ବେଶୀ ଉପଯୁକ୍ତ ବୋଲି ଜଣାଯାଇଛି । ଜଳସେଚନ ଏବଂ ପ୍ରବଳ ବର୍ଷାରେ ଜଳ ନିଷ୍କାସନ କରିବା ପାଇଁ ଉଚିତ ବ୍ୟବସ୍ଥା କରାଯିବା ନିହତି ଆବଶ୍ୟକ ହୋଇଥାଏ । ଫସଲରେ କୌଣସି ପ୍ରକାରର ରୋଗ ହେଲେ ଏଥିରେ ଔଷଧ ସ୍ପ୍ରେ କରନ୍ତୁ । ଫୁଲ ଧରିବା ସମୟରେ ଅତ୍ୟଧିକ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ବର୍ଷାଋତୁ ପୂର୍ବରୁ ହିଁ ଆମ୍ବ ଚାଷ ଆରମ୍ଭ କରନ୍ତୁ । ଯାହାଦ୍ୱାରା ଏଭଳି ÷ନେକ କ୍ଷୟକ୍ଷତିରୁ ଆପଣ ଫସଲକୁ ବଞ୍ଚାଇପାରିବେ । କୃଷି ବୈଜ୍ଞାନିକଙ୍କ ପରାମର୍ଶ ଅନୁସାରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଚାରା ରୋପଣ କରନ୍ତୁ । ଫସଲରେ ହେଉଥିବା ବନ୍ଧ୍ୟା ରୋଗ, ଆମ୍ବ ହାପର ଏବଂ ମିଲିବଗ୍ ଇତ୍ୟାଦି ଭଳି ଅନେକ ସମସ୍ୟାକୁ ଯଥାଶୀଘ୍ର ଚିକିତ୍ସା କରାଇ ନିଅନ୍ତୁ ।
ଏହି ସବୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ଆମ୍ବ ଫସଲ ଅଦିକ ଉତ୍ପାଦନ କରିବା ସହ ସୁନ୍ଦର ଏବଂ ଲାଭବାନ ହୋଇ ପାରିବ । କୃଷକଙ୍କ ମଧ୍ୟ ଏହି ଚାଷ ଜରିଆରେ ଅନେକ କିଛି ଲାଭ ପାଇପାରିବେ ବୋଲି କୃଷି ବୈଜ୍ଞାନିକ ମତ ଦେଇଛନ୍ତି ।

Get real time updates directly on you device, subscribe now.