fbpx

ମୁହଁ ଖୋଲିଲେ କିଙ୍ଗ କୋହଲି: ଡୁପ୍ଲେସିସଙ୍କୁ RCBର ଅଧିନାୟକତ୍ୱ ଦେବା ଉପରେ ଦେଲେ ବିରାଟ ବୟାନ

ନୂଆଦିଲ୍ଲୀ: ଚଳିତ ସିଜନରେ ଫାଫ ଡୁପ୍ଲେସିସଙ୍କୁ ମିଳିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ପଦ । ତେବେ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ୨୦୧୩ରୁ ଦଳର ନେତୃତ୍ୱ ନିଜ ପାଖରେ ରଖିଥିଲେ ବିରାଟ । କିନ୍ତୁ ଗତବର୍ଷ ସେ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ତାଙ୍କ ସ୍ଥାନରେ ଲିଗର ନୂଆ ସିଜନ ପାଇଁ ଚେନ୍ନାଇର ପୂର୍ବତନ ଷ୍ଟାର କ୍ରିକେଟର ଫାଫ ଡୁପ୍ଲେସିସଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ଏହାକୁ ନେଇ ଏବେ ଏକ କୋହଲି ବଡ ବୟାନ ଦେଇଛନ୍ତି ।

ଏକ ଭିଡିଓ ଜରିଆରେ କୋହଲି ଦଳର ଯୋଜନା ବିଷୟରେ କହିଛନ୍ତି । ମେଗା ଅକ୍ସନରେ ଡୁପ୍ଲେସିସଙ୍କୁ କିଣାଯିବା ପରଠାରୁ ଏହା ଦଳର ସ୍ପଷ୍ଟ ଯୋଜନା ଥିଲା । ଫାଫଙ୍କୁ ଦଳର ଅଧିନାୟକ ପଦ ଦେବା ପାଇଁ ସ୍ଥିର କରି ସାରିଥିଲା ଟିମ ମ୍ୟାନେଜମେଣ୍ଟ । କେବଳ ଔପଚାରିକ ଭାବେ ଏହାକୁ ଘୋଷଣା କରିବା ବାକି ରହିଯାଇଥିଲା । ପ୍ରକୃତରେ ଦଳକୁ ଏମିତି ଜଣେ ଅଧିନାୟକଙ୍କର ଆବଶ୍ୟକତା ରହିଥିଲା ବୋଲି କୋହଲି ଏହି ଭିଡିଓରେ କହିଛନ୍ତି । ଦକ୍ଷିଣ ଆଫ୍ରିକା ଦଳର ଅଦିନାୟକ ରହିସାରିଥିବା ଫାଫଙ୍କୁ ଆରସିବିର ଅଦିନାୟକ ଭାବରେ ଦେଖିବା ପାଇଁ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ବିରାଟ । ତାଙ୍କୁ ନେଇ ଦଳ ମଧ୍ୟ ଖୁବ ଆଶାବାଦୀ ରହିଛି । ଦଳ ୨୭ ତାରିଖ ପଞ୍ଜାବ କିଙ୍ଗସ ବିରୁଦ୍ଧରେ ଚଳିତ ସିଜନର ଖେଳିବାକୁ ଯାଉଛି ।

Get real time updates directly on you device, subscribe now.